ETV Bharat / state

ପୋଲିସ-ନକ୍ସଲ ମୁହାଁମୁହିଁ, ମାଓ କ୍ୟାମ୍ପ ଧ୍ୱଂସ

author img

By

Published : Mar 30, 2021, 5:54 PM IST

କନ୍ଧମାଳ ରାଇଘରା ଗାଁ ନିକଟ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏକ ମାଓ କ୍ୟାମ୍ପ ଧ୍ବଂସ । ଅଧିକ ପଢନ୍ତୁ...

ପୋଲିସ-ନକ୍ସଲ ମୁହାଁମୁହିଁ, ମାଓ କ୍ୟାମ୍ପ ଧ୍ୱଂସ
ପୋଲିସ-ନକ୍ସଲ ମୁହାଁମୁହିଁ, ମାଓ କ୍ୟାମ୍ପ ଧ୍ୱଂସ

ଫୁଲବାଣୀ: ପୋଲିସ-ନକ୍ସଲ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ରାଇଘରା ଗାଁ ନିକଟ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯିବା ସହ ଏକ ମାଓ କ୍ୟାମ୍ପ ଧ୍ଵଂସ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ଭିନିତ୍ ଅଗ୍ରୱାଲ । ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ପୋଲିସ-ନକ୍ସଲ ମୁହାଁମୁହିଁ, ମାଓ କ୍ୟାମ୍ପ ଧ୍ୱଂସ

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ରାଇଘରା ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀମାନେ ପୋଲିସ ଉପରକୁ ଗ୍ରେନେଡ ମାଡ଼ କରିଥିଲେ । ଗୁଳି ବିନିମୟ ପରେ କୁମ୍ବିଂ ଅପରେସନରେ ବ୍ୟାଟେରୀ, ଡିଟୋନେଟର ସହିତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ଗୁଳି ବିନିମୟରେ 12 ରୁ 15 ଜଣ ନକ୍ସଲ ସମ୍ପୃକ୍ତ ଥିଲେ ଓ ସମସ୍ତେ କେକେବିଏନ ଡିଭିଜନର ବୋଲି ଅନୁମାନ କରାଯାଉଥିବା ମଙ୍ଗଳବାର ଫୁଲବାଣୀ ଜିଲ୍ଲା ପୋଲିସ ଅଫିସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି । ଏହାସହ ଏବେ ବି ସେଠାରେ କୁମ୍ବିଂ ଅପରେସନ ଜାରି ରହିଛି । ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସମସ୍ତ ନକ୍ସଲ ଖସିଯିବାରେ ସଫଳ ହୋଇଥିବା ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.