ETV Bharat / state

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କୋରୋନା ଓପିଡି

author img

By

Published : Apr 1, 2020, 11:13 AM IST

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ନୂଆ କୋରୋନା ଓପିଡ଼ି ଖୋଲାଯାଇଥିବା ବେଳେ ସ୍ବତନ୍ତ୍ର 20 ବେଡ଼ ବିଶିଷ୍ଟ କୋରୋନା ଆଇସୋଲେସନ ୱାର୍ଡ ଖୋଲାଯାଇଛି । ଅଧିକ ପଢନ୍ତୁ...

Corona OPD opened at Phulbani General Hospital
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କୋରୋନା ଓପିଡି

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ଓପିଡ଼ି ଖୋଲାଯାଇଛି। ଜେନେରାଲ ଓପିଡ଼ିରେ ଗହଳି ଓ ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହା ସହିତ ସ୍ବତନ୍ତ୍ର 20 ବେଡ଼ ବିଶିଷ୍ଟ କୋରୋନା ଆଇସୋଲାସନ ୱାର୍ଡ କରାଯାଇଛି। ସମସ୍ତ ନିୟମ ମୁତାବକ ଚାଲିଛି ଏହି ୱାର୍ଡ। ପ୍ରତି ୱାର୍ଡରେ 4 ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି। ତେବେ ରାଜ୍ୟ ବାହାରୁ ଆସିଥିବା ପ୍ରାୟ 5000 ଲୋକଙ୍କୁ ହୋମ କ୍ଵାରେଣ୍ଟାଇନରେ ରଖାଯାଇଛି ।

Corona OPD opened at Phulbani General Hospital
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କୋରୋନା ଓପିଡି
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କୋରୋନା ଓପିଡି

କୋରୋନା ପ୍ରତିହତ ପାଇଁ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିଥିବା ବେଳେ ପ୍ରତିଦିନ ଲଗାତାର ଭାବେ ସମୀକ୍ଷା କରାଯାଉଛି। ସେହିପରି କଣ୍ଟ୍ରୋଲ ରୁମ 24 ଘଣ୍ଟିଆ କାର୍ଯ୍ୟ କରୁଥିବା ବେଳେ ଯେ କେହି ଏଠାରେ ସୂଚନା ଦେଇପାରିବେ ବୋଲି କହିଛି ଜିଲ୍ଲା ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.