ETV Bharat / state

ଲକ୍ ଡାଉନରେ ଚାଲିଥିଲା ନାବାଳିକା ବିବାହ, ଉଦ୍ଧାର କଲା ଚାଇଲ୍ଡଲାଇନ୍

author img

By

Published : Apr 18, 2020, 9:12 AM IST

Updated : Apr 18, 2020, 10:13 AM IST

hild bride rescued from phulbani
ଲକ୍ ଡାଉନରେ ଚାଲିଥିଲା ନାବାଳିକା ବିବାହ

07:07 April 18

ଲକ୍ ଡାଉନରେ ଚାଲିଥିଲା ନାବାଳିକା ବିବାହ, ଉଦ୍ଧାର କଲା ଚାଇଲ୍ଡଲାଇନ୍

ଲକ୍ ଡାଉନରେ ଚାଲିଥିଲା ନାବାଳିକା ବିବାହ, ଉଦ୍ଧାର କଲା ଚାଇଲ୍ଡଲାଇନ

କନ୍ଧମାଳ: କୋରୋନା ଲକ୍ ଡାଉନ୍ ସମୟରେ ଲୋକଙ୍କୁ ଘାରିଛି ନାବାଳିକା ଝିଅର ବିବାହ ଚିନ୍ତା । ନିର୍ବନ୍ଧ ଭୋଜି ଚାଲିଥିବା ବେଳେ ଚାଇଲ୍ଡ ହେଲ୍ପଲାଇନର ମିଳିତ ଟିମ୍ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି । କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । 

ଚାଇଲ୍ଡଲାଇନ୍ ତରଫରୁ ଶିବଶଙ୍କର ବେହେରା ଓ ରାଜଲକ୍ଷ୍ମୀ ମହାକୁଡ ଖଜୁରୀପଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ସିଡିପିଓ ଗୀତାଞ୍ଜଳି ପଣ୍ଡା ଓ ଥାନା ଅଧିକାରୀ ରମାକାନ୍ତ ପାତ୍ର ଏବଂ ତାଙ୍କ ଟିମ୍ ମିଳିତ ଭାବେ ଚଢାଉ କରି ଏକ 16 ବର୍ଷୀୟ ନାବାଳିକା ଶିଶୁର ନିର୍ବନ୍ଧ କାର୍ଯକ୍ରମ ଓ ଭୋଜିଭାତ ବନ୍ଦ କରିଥିଲେ । ନିର୍ବନ୍ଧ କାର୍ଯକ୍ରମରେ ଯୋଗ ଦେଇଥିବା ଉଭୟ ନାବାଳିକା ପକ୍ଷ ଓ ବର ପକ୍ଷଙ୍କୁ ଥାନାରେ ଅଟକ ରଖାଯାଇଛି । 

ବାଲ୍ୟବିବାହ ନିରୋଧକ ଅଧିକାରିଙ୍କ ଦ୍ବାରା ଏକ ଲିଖିତ ରିପୋର୍ଟ କରାଯାଇଥିଲା । ପରେ ଫୁଲବାଣୀ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଠାରେ ନାବାଳିକାକୁ ହାଜିର କରିବା ପରେ ଶିଶୁ ଯତ୍ନ ଗୃହକୁ ପଠାଯାଇଛି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 18, 2020, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.