ETV Bharat / state

କନ୍ଧମାଳ ମହୋତ୍ସବ ଆରମ୍ଭ ପୂର୍ବରୁ ଅନିୟମିତତା ଅଭିଯୋଗ

author img

By

Published : Jan 29, 2020, 11:09 AM IST

କନ୍ଧମାଳ ମହୋତ୍ସବ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଉଥିବା ବେଳେ,ଏଥିରେ ଅନିୟମିତତାର ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳ କଡା ତାଗିଦ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ...

କନ୍ଧମାଳ ମହୋତ୍ସବ ଆରମ୍ଭ ପୂର୍ବରୁ ଅନିୟମିତତା ଅଭିଯୋଗ
କନ୍ଧମାଳ ମହୋତ୍ସବ ଆରମ୍ଭ ପୂର୍ବରୁ ଅନିୟମିତତା ଅଭିଯୋଗ

ଫୁଲବାଣୀ: ଜିଲ୍ଲା ମହୋତ୍ସବ ପାଇଁ ଆରମ୍ଭ ହୋଇଛି ଅନେକ କାର୍ଯ୍ୟକ୍ରମ । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ସାମିଲ କରାଯାଉଛି । ଅନ୍ୟପଟେ ପ୍ରତିଯୋଗିତାଗୁଡିକରେ ଅନେକ ଅନିୟମିତତା ହେଉଥିବାର ଅଭିଯୋଗ କରାଯାଇଛି । ମହୋତ୍ସବ ଆୟୋଜନରେ ସାମିଲ ଅନେକ ସଭ୍ୟାଙ୍କ ମନମାନି ଓ ପକ୍ଷପାତିତାକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

କନ୍ଧମାଳ ମହୋତ୍ସବ ଆରମ୍ଭ ପୂର୍ବରୁ ଅନିୟମିତତା ଅଭିଯୋଗ

ପ୍ରତିଯୋଗିତାରେ ବୟସକୁ ନେଇ ପରିବର୍ତ୍ତନ ବିଚାରରେ ଭୁଲ ଓ ପକ୍ଷପାତିତା ପ୍ରଭୃତି ମଧ୍ୟ ଅଭିଯୋଗ କରିଛନ୍ତି । ଆଉ ଏନେଇ ମହିଳା ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ସେପଟେ, ଜିଲ୍ଲାରେ ହେଉଥିବା ପ୍ରତିଯୋଗିତାକୁ ଅଧିକ ବ୍ୟାପକ କରିବା ସହ ନିୟମ ଅନୁସାରେ ସମସ୍ତ କାମ କରିବାକୁ ଦାବି କରାଯାଇଥିବାବେଳେ ଜିଲ୍ଲାପାଳ ଡ.ବୃନ୍ଦା ଡି ଏନେଇ କମିଟିର ସଦସ୍ୟ ଓ ଅଧିକାରୀଙ୍କୁ ଡାକି ତାଗିଦ କରିଛନ୍ତି ।

ଘରେ ପଶୁ ପଶୁ ମୁଣ୍ଡରେ ବାଜୁଛି ଚାଳ ନ୍ୟାୟରେ ଆରମ୍ଭରୁ ମହୋତ୍ସବ ପରି ଏକ ସାଂସ୍କୃତିକ ମହାକୁମ୍ଭରେ ଅନିୟମିତତାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦାନା ବାନ୍ଧୁଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ମହୋତ୍ସବ ପାଇଁ ଆରମ୍ଭ ହୋଇଛି ଅନେକ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ସାମିଲ କରାଯାଉଛି। ତେବେ ଏହି ପ୍ରତିଯୋଗିତା ଗୁଡ଼ିକରେ ଅନେକ ଅନିୟମିତତା ହେଉଥିବା ଅଭିଯୋଗ କରାଯାଇଛି। ମହୋତ୍ସବ ଆୟୋଜନରେ ସାମିଲ ଅନେକ ସଭ୍ୟାଙ୍କ ମନମାନି ଓ ପକ୍ଷପାତିତାକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ଲୋକେ ଜିଲ୍ଳାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲ୍ଲାରେ ହେଉଥିବା ପ୍ରତିଯୋଗିତାକୁ ଅଧିକ ବ୍ୟାପକ କରିବା ସହିତ ନିୟମ ଅନୁସାରେ ସମସ୍ତ କାମ କରିବାକୁ ଦାବି କରାଯାଇଛି। ଜିଲ୍ଳାପାଳ ଡା ବୃନ୍ଦା ଡି ଏନେଇ କମିଟିର ସଦସ୍ୟ ଓ ଅଧିକାରୀଙ୍କୁ ଡାକି ତାଗିଦ କରିଛନ୍ତି।


Body:ପ୍ରତିଯୋଗିତାରେ ବୟସକୁ ନେଇ ପରିବର୍ତ୍ତନ,ବିଚାରରେ ଭୁଲ ଓ ପକ୍ଷପାତିତା ପ୍ରଭୃତି ଅଭିଯୋଗ କରିଛନ୍ତି ସ୍ତାନୀୟ ଲୋକେ। ବହୁ ମହିଳା ଛାତ୍ରଛାତ୍ରୀ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ତଦନ୍ତ କରାଯାଇଛି। ସମସ୍ତ ଫାଇଲ ଦାଖଲ କରିବା ସହିତ ସଭ୍ୟ ସଭ୍ୟାଙ୍କୁ ଡାକି ତଦନ୍ତ କରିଛନ୍ତି। ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରିବା ସହିତ ତାଗିଦ କରିଛନ୍ତି ଜିଲାପାଳ।
ବାଇଟ(୧) ସିପ୍ରା ପାଣିଗ୍ରାହୀ,ସ୍ଥାନୀୟ ଅଭିଭାବକ
(୨) ମୃଣାଳିନୀ ସ୍ୱାଇଁ,ଫୁଲବାଣୀ ବାସିନ୍ଦା


Conclusion:ଘରେ ପଶୁ ପଶୁ ମୁଣ୍ଡରେ ବାଜୁଛି ଚାଳ ନ୍ୟାୟରେ ଆରମ୍ଭରୁ ମହୋତ୍ସବ ପରି ଏକ ସାଂସ୍କୃତିକ ମହାକୁମ୍ଭରେ ଅନିୟମିତତାକୁ ନେଇ ଜିଲାରେ ଅସନ୍ତୋଷ ଦାନା ବାନ୍ଧୁଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.