ETV Bharat / state

କଳାହାଣ୍ଡିରେ କୋଭିଡ ସଂକ୍ରମଣ ବୃଦ୍ଧି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ସାପ୍ତାହିକ ହାଟ

author img

By

Published : Apr 4, 2021, 7:39 AM IST

Updated : Apr 4, 2021, 8:00 AM IST

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳାହାଣ୍ଡିର ସାପ୍ତାହିକ ହାଟ । କୋରୋନା ସଂକ୍ରମଣ ବୃଦ୍ଧି ଦେଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ । ଅଧିକ ପଢନ୍ତୁ...

ବନ୍ଦ ହେଲା ସାପ୍ତାହିକ ହାଟ
ବନ୍ଦ ହେଲା ସାପ୍ତାହିକ ହାଟ

ଭବାନୀପାଟଣା: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦେଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ । ସପ୍ତାହର ମଙ୍ଗଳବାର ଓ ଶନିବାର ଭବାନୀପାଟଣା ସହରର ସପ୍ତାହିକ ହାଟ ବସୁଥିବାବେଳେ ହାଟରେ ଦେଖା ଦେଉଥିବା ଜନଗହଳି ଯୋଗୁଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ।

ବନ୍ଦ ହେଲା ସାପ୍ତାହିକ ହାଟ

ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ବେଳେ ଲୋକେ ମଧ୍ୟ ସଚେତନ ହେବା ଜରୁରୀ । ପୌର ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେଁ ଲୋକଙ୍କୁ ସଚେତନ କରିବା ସହ ହାଟ ବନ୍ଦ ନିଷ୍ପତ୍ତିକୁ ମଧ୍ୟ ଡାକବାଜି ଯନ୍ତ୍ର ଯୋଗେଁ ଘୋଷଣା କରାଯାଇଛି।

କୋରୋନାର ଦ୍ବିତୀୟ ଲହରରେ ଦେଶରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ ପ୍ରଭାବକୁ ଦୃଷ୍ଟିରେ ରଖି ଅନେକ ଗୁଡିଏ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଥିବାବେଳେ ସାମାଜିକ ଦୂରତ୍ବ ଓ ମାକ୍ସ ପିନ୍ଧିବାକୁ ନେଇ ସରକାର ଗୁରୁତ୍ବ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Apr 4, 2021, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.