ETV Bharat / state

ଟିଟ୍ରିପଡା ଗାଁର ଚେତାବନୀ: ଦାବି ଶୁଣ ସରକାର ନଚେତ୍‌ ଭୋଟ ବର୍ଜନ

author img

By

Published : Feb 16, 2022, 12:44 PM IST

ରାଜସ୍ବ ଗ୍ରାମର ମାନ୍ୟତା ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଟିଟ୍ରିପଡ଼ା ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

villagers boycott to panchayat election in kalahandi
ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଭବାନୀପାଟଣା: ରାଜସ୍ବ ଗ୍ରାମର ମାନ୍ୟତା ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଟିଟ୍ରିପଡ଼ା ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ମୌଳିକ ସମସ୍ୟା ଦେଇ ଗତି କରୁଥିବାବେଳେ ପ୍ରଶାସନ ସେମାନଙ୍କ ସମସ୍ୟା ଶୁଣିନଥିବାବେଳେ ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟ୍ରିପଡ଼ା ବାସୀ ଚଳିତ ତ୍ରିସ୍ତରୀୟ ପଞ୍ଚାୟତି ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ଟିଟ୍ରିପଡ଼ା ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ସହ ଗ୍ରାମରେ ରହିଥିବା ସମସ୍ତ ସମସ୍ୟା ସମାଧାନ ନହେବା ଯାଏ ଗ୍ରାମବାସୀ ଭୋଟ ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି ।

ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଓ ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ଖୋଲିବା ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୪୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ସରକାରଙ୍କ ଅନେକ ବିକାଶ ମୂଳକ ଯୋଜନା ଅପହଞ୍ଚ ହୋଇ ରହିଯାଇଛି।

ଗ୍ରାମର ସମସ୍ୟା ନେଇ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ଠାରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିନାହିଁ । ତେବେ ଶେଷରେ ଭୋଟ ବର୍ଜନ କରିବା ଭଳି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ତେବେ ଆସନ୍ତା ୨୪ ତାରିଖରେ ଏହି ଅଞ୍ଚଳରେ ମତଦାନ ହେବାକୁ ଥିବା ବେଳେ ସମୟ ଥାଉଣୁ ପ୍ରଶାସନ ଅଞ୍ଚଳବାସୀଙ୍କ ସମସ୍ୟା ଦିଗରେ ଆଲୋଚନା ସହ ପଦକ୍ଷେପ ନେବା ଜରୁରୀ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.