ETV Bharat / state

Panchayat Poll: ଗାଁକୁ ନାହିଁ ପୋଲ. ଭୋଟ ଦେବେନି ଗ୍ରାମବାସୀ

author img

By

Published : Feb 22, 2022, 7:36 AM IST

ଗାଁକୁ ପୋଲ ନଥିବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି। ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ ପ୍ରଶାସନର ଉଦାସୀନତା ଯୋଗୁଁ ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ। ଅଧିକ ପଢ଼ନ୍ତୁ

villagers boycott to panchayat election in kalahandi
Panchayat Poll: ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କଳାହାଣ୍ଡି: ଗାଁକୁ ପୋଲ ନଥିବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି। ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ ପ୍ରଶାସନର ଉଦାସୀନତା ଯୋଗୁଁ ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ।

Panchayat Poll: ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କଳାହାଣ୍ଡି ଜିଲ୍ଲାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ପଦୁପଡ଼ା ଗ୍ରାମରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପୋଲଟିଏ ନ ଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କାଠରେ ତିଆରି ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯିବା ଆସିବା କରୁଛନ୍ତି। ପୋଲଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଗ୍ରାମରେ ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ନେଇ ଲୋକେ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିନାହିଁ। ତେଣୁ ଆଜି ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବା ଭଳି ନିଷ୍ପତ୍ତି ନେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.