ETV Bharat / state

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଚିନ୍ତାରେ ଜିଲ୍ଲା ପ୍ରଶାସନ

author img

By

Published : Sep 2, 2020, 10:34 PM IST

କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଲୋକାଲ କେସଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇ ସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି।

kalahandi
କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା

ଭବନୀପାଟଣା: ରାଜ୍ୟରେ ବେକାବୁ ହେବାରେ ଲାଗିଛି କୋରୋନା । ପ୍ରତିଦିନ ଏବେ 3 ହଜାରରୁ ଊର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଲୋକାଲ କେସ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇ ସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି।

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା

ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବୁଧବାର ଜିଲ୍ଲାରେ ପୁଣି ୩୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫,୪୪ କୁ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଏବେ ୧୧୧୩ ଜଣ ସୁସ୍ଥ ହୋଇଥିବାବେଳେ ୪୩୧ ଜଣ ସକ୍ରିୟ ମାମଲା ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ୫୦ ହଜାର ୩୨୪ ଜଣଙ୍କ କୋଭିଡ ପରୀକ୍ଷା ହୋଇଥିବା ବେଳେ କେବଳ ଅଗଷ୍ଟ ମାସରେ ହିଁ ୩୪ ହଜାର ଜଣଙ୍କ କୋଭିଡ ଟେଷ୍ଟ ହୋଇଛି। ସେପଟେ ଜିଲ୍ଲାର ପ୍ରତେକ ସିଏଚସିରେ ସ୍ବାବ ସଂଗ୍ରହ ସହ ପରୀକ୍ଷା କେନ୍ଦ୍ର ଗୁଡିକ ଖୋଲାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.