ETV Bharat / state

କଳାହାଣ୍ଡିରେ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା

author img

By

Published : Jun 1, 2021, 7:49 AM IST

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୮ ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଛି। ୪ ଦିନ ଧରି ପ୍ରଶାସନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

କଳାହାଣ୍ଡିରେ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା
କଳାହାଣ୍ଡିରେ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା

ଭବାନୀପାଟଣା: କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଆରମ୍ଭ ହୋଇଛି ଟୀକାକରଣ। ପ୍ରଥମ ପର୍ଯ୍ୟାୟରେ କୋରୋନା ଯୋଦ୍ଧା ମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବୟସ୍କ ଲୋକଙ୍କୁ ଟୀକାକରଣ କରାଯାଇଥିଲା। ସେହି ଭଳି ତୃତୀୟ ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ ବୁକିଙ୍ଗର ବ୍ୟବସ୍ଥା କରାଯାଇଛି। ତେବେ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହର ୮ ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଛି।

କଳାହାଣ୍ଡିରେ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା

ଅନଲାଇନ ମାଧ୍ୟମରେ ବୁକିଙ୍ଗ ପରେ ସ୍ଲଟ ଅନୁଯାୟୀ କେନ୍ଦ୍ର ଚୟନ ବ୍ୟବସ୍ଥା କରାଯାଇଛି। ତେବେ ୪ ଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ବର୍ତ୍ତମାନ ସୁଦ୍ଧା ୨୦,୯୦୬ ଜଣଙ୍କୁ ଟୀକାକରଣ କରାଯାଇଛି। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୧୦୪୮ ଜଣ, ଓୟୁଏଟି ପରିସରରେ ଥିବା କେନ୍ଦ୍ରରେ ୧୬୯୦ ଜଣ, ପୋଲିସ ଡାକ୍ତରଖାନାରେ ୫୧୦ ଜଣ , ସରକାରୀ ଆଇଟିଆଇରେ ୨୦୭୬ ଜଣ, କେନ୍ଦ୍ର ବିଦ୍ୟାଳୟରେ୩୯୬୫ ଜଣ, ପ୍ରଗତି କଲେଜରେ ୩୭୭୦ ଜଣ, କନଭେଣ୍ଟ ସ୍କୁଲରେ ୪୬୨୫ ଜଣ, ମହିଳା ମହାବିଦ୍ୟାଳୟ ରେ ୨୨୬୬ ଜଣଙ୍କ ସମେତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୫୬ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି । ଏହି ସ୍ବତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମରେ ୯୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.