ETV Bharat / state

ବ୍ୟାଙ୍କର ଲ୍ୟାମ୍ପ ଏମଡିଙ୍କୁ ଚାପି ଦେଲା ଟ୍ରକ, ଅନ୍ୟ ଜଣେ ଗୁରୁତର

author img

By

Published : Dec 24, 2022, 12:33 PM IST

କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଗ୍ରାମ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କା ଦେବା ଯୋଗୁଁ ବ୍ୟାଙ୍କର ଲ୍ୟାମ୍ପ ଏମଡିଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

road accident
ସଡ଼କ ଦୁର୍ଘଟଣା

ଟ୍ରକ ଧକ୍କାରେ ଜଣେ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କା ଦେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର କୋପରେଟିଭ ବ୍ୟାଙ୍କ ଦାୟିତ୍ୱରେ ଥିବା ଲ୍ୟାମ୍ପ ଏମଡି କମ୍ବୁପାଣି ବାରିକ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କମ୍ବୁପାଣି ବାରିକ ଲାଞ୍ଜିଗଡ଼ର ଅନ୍ୟଜଣେ ସହ କର୍ମୀଙ୍କ ସହ ଭବାନୀପାଟଣା ଯାଉଥିଲେ । ଏହି ସମୟରୁ ଢେପଗୁଡା ଗାଁ ନିକଟରୁ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରକୁ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ କମ୍ବୁପାଣି ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଖବରପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପାଇଁ ବଢ଼ିଲା ଅଡ଼ୁଆ, ହାଜର ହେବାକୁ ନିର୍ଦ୍ଦେଶ ଦେଲେ SDJM କୋର୍ଟ

ଅନ୍ୟପଟେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡ଼ିଛି । ଟ୍ରକଟି ରାୟଗଡାରୁ ଭବାନୀପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟାଇ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କାରିବା ସହ ମୃତକଙ୍କ ପରିବାରକୁ ଖବର ଦେଇଛି । ସେପଟେ ଦୁର୍ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.