ETV Bharat / state

ଭୋଜି ଖାଇ ଫେରୁଥିବା ବେଳେ ପିଟିଦେଲା ହାଇୱା, 3 ମୃତ

author img

By

Published : Apr 1, 2023, 10:07 AM IST

Updated : Apr 1, 2023, 8:06 PM IST

ଭୋଜି ଖାଇ ଫେରୁଥିବା ବେଳେ ପିଟିଦେଲା ହାଇଓ୍ବା । କଳାହାଣ୍ଡି ଜିଲ୍ଲା ସାପସିଲେଟ ଛକରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାୟାଇଛି । ଅଧିକ ପଢନ୍ତୁ

road accident in Kalahandi sapasilet
road accident in Kalahandi sapasilet

ଭବାନୀପାଟଣା: ଅଧାରେ ରହିଲା ଘର ବାହୁଡା । କେତେ ଖୁସିର ସହ ବାହାରିଥିଲେ ବାହାଘର ଭୋଜି ଖାଇବାକୁ । ଆଉ ବାହାଘରରେ ମଜା ନେଇ ଖୁସିରେ ଘରକୁ ମଧ୍ୟ ଫେରୁଥିଲେ । ହେଲେ ଅଧାବାଟରେ ଜଗିଥିଲା ଜମ । ଭୋଜି ଖାଇ ଫେରୁଥିବା ବେଳେ ବାଇକକୁ ଧକ୍କା ଦେଲେ ହାଇଓ୍ବା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାପସିଲେଟ ଛକରେ ଏହି ଦୁର୍ଘଟଣା ହୋଇଥିଲା । ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ମୃତଦେହ ରଖି ରାଜ୍ୟ ରାଜପଥ ଅବରୋଧ କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମୁଡାସିଲ ଗାଁର ଫଗୁନୁ ବଗର୍ତ୍ତି, ଧର୍ମେନ୍ଦ୍ର ବଗର୍ତ୍ତି ଓ ଅମର ବଗର୍ତ୍ତି ୩ ଜଣ ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାପସିଲେଟ ଗାଁକୁ ଆସିଥିଲେ । ସେଠାରେ ଭୋଜିରେ ସାମିଲ ହୋଇ ସନ୍ଧ୍ୟାରେ ନିଜ ଗାଁ କୁମୁଡାସିଲକୁ ଫେରୁଥିଲେ । ଏହି ସମୟରେ ସାପସିଲେଟ ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ହାଇଓ୍ବା ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଫଗନୁ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭବାନୀପାଟଣାଠାରେ ଥିବା ଜିଲ୍ଲା ମୁଖ୍ୟମନ୍ତ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ: Utkal Divas ୨୦୨୩: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ

ସେପଟେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଭବାନୀପାଟଣା ରାୟପୁର ରାଜ୍ୟ ରାଜପଥକୁ ସାପସିଲେଟ ଛକ ନିକଟରେ ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହାଇଓ୍ବା ଗାଡି ସହ ଡ୍ରାଇଭରକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ବେଳେ ରାସ୍ତାରେ ଅନେର ଯାନବାହାନ ଅଟକି ରହିଥଲା । ତେବେ ଏହି ଦୁଃଖଦ ଘଟଣା ପରେ କୁମୁଡାସିଲ ଏବଂ ସାପସିଲେଟରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 1, 2023, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.