ETV Bharat / state

ପିଡିଏସ ଚାଉଳ ଜବତ ଘଟଣା: ଗୋଦାମ ମାଲିକ ଗିରଫ

author img

By

Published : Feb 10, 2022, 9:41 PM IST

ପିଡିଏସ ଚାଉଳ ଜବତ ଘଟଣାରେ ଫେରାର ଗୋଦାମ ମାଲିକ ଗିରଫ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେରରେ ଥିବା ସମତା ଏଗ୍ରୋ ଗୋଦାମରେ କେସିଙ୍ଗା ପୋଲିସ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ଗୋଦାମରୁ ବିପୁଳ ପରିମାଣର ପିଡିଏସ ଚାଉଳ ଜବତ କରିଥିଲେ । ଅଧିକ ପଢନ୍ତୁ

ପିଡିଏସ ଚାଉଳ ଜବତ ଘଟଣା: ଗୋଦାମ ମାଲିକ ଗିରଫ
ପିଡିଏସ ଚାଉଳ ଜବତ ଘଟଣା: ଗୋଦାମ ମାଲିକ ଗିରଫ

ଭବାନୀପାଟଣା: ପିଡିଏସ ଚାଉଳ ଜବତ ଘଟଣାରେ ଫେରାର ଗୋଦାମ ମାଲିକ ଗିରଫ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେରରେ ଥିବା ସମତା ଏଗ୍ରୋ ଗୋଦାମରେ କେସିଙ୍ଗା ପୋଲିସ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ଗୋଦାମରୁ ବିପୁଳ ପରିମାଣର ପିଡିଏସ ଚାଉଳ ଜବତ କରିଥିଲେ । ଏହି ଘଟଣାରେ ଫେରାର ଥିବା ଗୋଦାମ ମାଲିକ ଧର୍ମପାଳ ଜୈନ ଓରଫ କାଳୁକୁ ମାସେ ପରେ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ ।

ତେବେ ଗତ ଜାନୁଆରୀ ୮ ତାରିଖରେ ଥୁଆମୂଳ ରାମପୁର ବ୍ଲକ ଶୁଣ୍ଢିପଦର ପଞ୍ଚାୟତକୁ ଟ୍ରକ ନମ୍ବର OD-0୮-E-3040 ଯୋଗେ ରାଜ୍ୟ ପଣ୍ୟାଗାର ନିଗମ(OSWC)ରୁ ଯାଉଥିବା ପିଡିଏସ ଚାଉଳକୁ ଚୋରା ଚାଲାଣ କରିଥିଲେ । ଏହାପରେ ଏହି ଚାଉଳ ସମତା ଏଗ୍ରୋ ଗୋଦାମରୁ ଜବତ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିଲା ।

ପିଡିଏସ ଚାଉଳ ଜବତ ଘଟଣା: ଗୋଦାମ ମାଲିକ ଗିରଫ

ଗୋଦାମରୁ ୧୯୧.୯୧ କୁଇଣ୍ଟାଲ ଅର୍ଥାତ୍ ୨୪୦ ବସ୍ତା ଚାଉଳ ଜବତ କରିଥିଲା ପ୍ରଶାସନ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଟ୍ରକର ଡ୍ରାଇଭର ମୁନମୁନ ଦଣ୍ଡସେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଗୋଦାମ ମାଲିକ ଧର୍ମପାଳ ଜୈନ ଓରଫ କାଳୁ , ରାଜୀବ ଲୋଚନ ଶତପଥୀ ଓରଫ ଲାଲୁ ଏବଂ ଟ୍ରକ ମାଲିକ ଜଳନ୍ଧର ନାଏକ ଘଟଣା ଦିନରୁ ଫେରର ଥିଲେ । ଆଜି ପୋଲିସ ଖବର ପାଇ ଗୋଦାମ ମାଲିକ ଧର୍ମପାଳ ଜୈନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ସନ୍ଧାନ ଜାରି ରହିଥିବା ସୂଚନା ଦେଇଛି କଳାହାଣ୍ଡି ପୋଲିସ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.