ETV Bharat / state

ଜେଲ୍‌ରେ ଅଘଟଣ, ଗୁପ୍ତାଙ୍ଗକୁ ବ୍ଲେଡରେ କାଟିଲେ ବିଚାରାଧୀନ କଏଦୀ

author img

By

Published : Sep 8, 2019, 1:40 PM IST

ଧର୍ମଗଡ ସବ୍‌ଜେଲରେ ଅଘଟଣ। ବ୍ଲେଡରେ ନିଜ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ କଏଦୀ । ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜେଲ୍‌ ଭିତରେ ବିଚାରାଧୀନ କଏଦୀର ଅତ୍ମହତ୍ୟା ଉଦ୍ୟମ । ନିଜ ଗୁପ୍ତାଙ୍ଗକୁ ଏକ ବ୍ଲେଡ୍‌ ସାହାଯ୍ୟରେ କାଟିଛି କଏଦୀ । ଧର୍ମଗଡ ସବ୍‌ଜେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କଏଦୀ ଦିଗାମ୍ବର ଖମାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, ଧର୍ମଗଡ ଥାନା ଅନ୍ତର୍ଗତ ଦିଗାମ୍ବର ଖମାରୀ ଯୌତୁକ ଜନିତ ମାମଲାରେ ଗିରଫ ହୋଇ ଧର୍ମଗଡ୍‌ ସବ୍‌ଜେଲରେ ରହିଥିଲେ । ତାଙ୍କୁ ଜାମିନ ମିଳି ସରିଥିଲା ବେଳେ କେହି ଜାମିନଦାର ନ ଥିବାରୁ ସେ ଜେଲରୁ ମୁକୁଳି ପାରି ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ରବିବାର ଦିନ ଜେଲ୍‌ରେ ଦାଢ଼ି କାଟିବା ପାଇଁ ସମସ୍ତ କଏଦୀଙ୍କୁ ବ୍ଲେଡ୍‌ ଦିଆଯାଇଥିଲା । ସେହି ବ୍ଲେଡ଼ରେ ନିଜ ଗୁପ୍ତାଙ୍ଗକୁ କାଟି ଦେଇଥିଲେ ଦିଗାମ୍ବର । ଗୁରୁତର ହେବାରୁ ତାଙ୍କୁ ଧର୍ମଗଡ ସବ୍‌ଡିଭିଜିନାଲ ଡାକ୍ତରଖାନାରେ ଜେଲ୍‌ କର୍ମଚାରୀ ଭର୍ତ୍ତି କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ଜେଲ ଭିତରେ ନିଜ ଗୁପ୍ତାଙ୍ଗ କୁ ବ୍ଲେଡ଼ ରେ କାଟିଲା ବିଚାରଧୀନ କଏଦୀ ।
ଜେଲ ଭିତରେ ନିଜ ଗୁପ୍ତାଙ୍ଗ କୁ ବ୍ଲେଡ଼ ରେ କାଟିଦେଲା ଜଣେ ବିଚାରଧୀନ କଏଦୀ । ଘଟଣା ଟି ଘଟିଛି ଧର୍ମଗଡ ସବ ଜେଲ ରେ । ସୂଚନା ମତେ ଧର୍ମଗଡ ଥାନା ଅନ୍ତର୍ଗତ ଦିଗାମ୍ବର ଖମାରୀ ନାମକ ଏହି ବ୍ୟକ୍ତି ନିଜର ସ୍ତ୍ରୀ Body:ଦାବି କରିଥିବା ଏକ ଯୌତୁକ ଜନିତ ଏକ ମାମଲା ରେ ଗିରଫ ହୋଇ ଧର୍ମଗଡ ଜେଲ ରେ ଥିଲେ ।ତାଙ୍କୁ ଜାମିନ ମିଳି ସରିବା ବେଳେ କେହି ଜାମିନଦାର ନ ଥିବାରୁ ସେ ଜେଲ ରୁ ମୁକୁଳି ପାରି ନାହାନ୍ତି। ଆଜି ରବିବାର ଥିବାରୁ ଦାଢ଼ି କାଟିବା ପାଇଁ କଏଦୀ ମାନଙ୍କୁ ବ୍ଲେଡ଼ ଦିଆଯାଇଥିଲା । Conclusion:ସେ ସେହି ବ୍ଲେଡ଼ ରେ ନିଜ ଗୁପ୍ତାଙ୍ଗ କୁ କଟିଦେଇଥିଲେ ।ଗୁରୁତର ହେବାରୁ ତାଙ୍କୁ ଧର୍ମଗଡ ସବ୍ଡିଭିଜିନାଲ ଡାକ୍ତରଖାନା ରେ ତାଙ୍କୁ ଜେଲ କର୍ମଚାରୀ ମାନେ ଭର୍ତି କରିଥିଲେ ।ବର୍ତ୍ତମାନ ଏଠାରେ ଚିକିତ୍ସାରତ ଅବସ୍ଥା ରେ ଅଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.