ETV Bharat / state

ଜଳଭଣ୍ଡାରରେ ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

author img

By ETV Bharat Odisha Team

Published : Oct 10, 2023, 9:53 PM IST

କଳାହାଣ୍ଡିରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଜଳବନ୍ଦୀ ଅଞ୍ଚଳରୁ ଖଟିଆରେ ବୁହା ହେଲେ ଜନନୀ । ଅଧିକ ପଢ଼ନ୍ତୁ

ଖଟିଆରେ ବୁହାହେଲେ ଗର୍ଭବତୀ
ଖଟିଆରେ ବୁହାହେଲେ ଗର୍ଭବତୀ

ଖଟିଆରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା: କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଦେଖା ଦେଇଛି ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଖଟିଆରେ ବୁହା ହେଲେ ଗର୍ଭବତୀ । ଜଳବନ୍ଦୀ ଅଞ୍ଚଳ ଭାବେ ପରିଚିତ ପୋଡ଼ାପଦର ଗ୍ରାମ ପଞ୍ଚାୟତର ତେନ୍ତୁଳିପଦର ଗ୍ରାମର ରାବେଣା ନାଏକଙ୍କ ସ୍ତ୍ରୀ ଗର୍ଭବତୀ ରେବତୀ ନାଏକଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ରେବତୀ ନାଏକଙ୍କୁ ଡାକ୍ତରଖାନା ନେବା ପାଇଁ କୌଣସି ସାଧନ ନଥିବା ହେତୁ ପରିବାର ଲୋକେ ତାଙ୍କୁ ଖଟିଆ ସାହାଯ୍ୟରେ ବୋଟ୍‌ ପର୍ଯ୍ୟନ୍ତ ବୋହି ନେଇଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାର ଆରପଟରୁ ଆସିଥିବା ବୋଟ୍ ଆମ୍ବୁଲାନ୍ସ ସାହାଯ୍ୟରେ ରେବତୀଙ୍କୁ ନବରଙ୍ଗପୁର ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।

ସେଠାରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ଜଳବନ୍ଦୀ ପୋଡ଼ାପଦର ଗ୍ରାମ ପଞ୍ଚାୟତବାସୀଙ୍କ ପାଇଁ ଏଭଳି ଘଟଣା କିଛି ନୂଆ ନୁହେଁ । ହେଲେ ଏଭଳି ସାଂଘାତିକ ସମସ୍ୟାର ଅନ୍ତ ଘଟିବାରେ ଆଉ କେତେଦିନ ଲାଗିବ ଏବେବି ବଡ଼ ପ୍ରଶ୍ନ ହୋଇ ରହିଯାଇଛି ଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ । ଏହି ଦୁର୍ଗମ ଅଞ୍ଚଳକୁ ଗମନାଗମନର ସ୍ଥାୟୀ ବ୍ୟବସ୍ଥା ନଥିବା ବେଳେ ଏକ ମାତ୍ର ସାଧନ ପାଲଟିଛି ବୋଟ । କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏଠାରେ ଶିକ୍ଷା ଓ ଅନ୍ୟାନ କାର୍ଯ୍ୟ ମଧ୍ୟ ଲୋକଙ୍କୁ ଜଳଭଣ୍ଡାର ପାର ହେବାକୁ ପଡ଼ିଛି । ସାହାରା ପାଲଟିଛି ଇନ୍ଦ୍ରାବତୀ ଜଳଭଣ୍ଡାରରେ ପଡ଼ିଥିବା ବୋଟ । ତେବେ ଗାଁକୁ ରାସ୍ତା ତିଆରି କରିବା ପାଇଁ କେ ଚେପଟାଘାଟ ଏବଂ ପୋଡ଼ାପଦର ପଞ୍ଚାୟତର ମଧ୍ୟରେ ଥିବା ଗୋଲାଗାଡ଼ ନଦୀ ଉପରେ ଏକ ପୋଲ ନିର୍ମାଣର ଶିଳାନ୍ୟାସ ହୋଇଛି । ହେଲେ ଶିଳାନ୍ୟାସକୁ ୪ ବର୍ଷ ଉପରେ ବିତିଯାଇଥିଲେ ମଧ୍ୟ ପୋଲ ହୋଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଗାଁ ବିକାଶର ଆସଲି ଚିତ୍ର, ଖଟିଆରେ 8 କିମି ବୁହାହେଲେ ମ୍ୟାଲେରିଆ ରୋଗୀ

କାର୍ଯ୍ୟ ଅଧା ପନ୍ତରା ହୋଇ ପଡିରହିଛି । ପ୍ରଶାସନ ତଥା ଠିକା ସଂସ୍ଥାର ଅବହେଳା କରାଣରୁ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ପୋଲ ନିର୍ମାଣ ହେଲେ ଏହି ଜଳବନ୍ଦୀ ଅଞ୍ଚଳକୁ ସବୁଦିନିଆ ଗମନାଗମନ ବ୍ୟବସ୍ଥା ହୋଇପାରିବ । ବ୍ଲକ୍‌ ମୁଖ୍ୟାଳୟ ସହିତ ସିଧାସଳଖ ଗମନାଗମନ ବାଟ ଫିଟିବ। ଏଭଳି ଦୟନୀୟ ପରିସ୍ଥିତିରେ ଆଉ କେତେଦିନ ରହିବେ କେବେ ସମସ୍ୟାର ସମାଧାନ ହେବ ଯାହାର ଅପେକ୍ଷାରେ ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଜୀବନ ବଞ୍ଚୁଥିବା ଅସହାୟ ପୋଡ଼ାପଦର ଗ୍ରାମ ପଞ୍ଚାୟତବାସୀ ।

ଏହା ମଧ୍ୟ ପଢନ୍ତୁ....5 କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ, ମେଡିକାଲରେ ପହଞ୍ଚି ଗଲା ଜୀବନ

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.