ETV Bharat / state

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା, ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଜେରା

author img

By

Published : Nov 3, 2022, 4:20 PM IST

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା । କଳାହାଣ୍ଡି ଜିଲ୍ଲାରେ ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକଙ୍କ ଗୋଟିଏ ମାସର ଦରମା ଜାଲିଆତି ଘଟଣା । ଗତ ୩ ଦିନ ଧରି ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଚାଲିଛି ଜେରା । ଅଧିକ ପଢନ୍ତୁ

ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା, ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଜେରା
ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା, ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଜେରା

ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ଜାଲିଆତି ଘଟଣା । ଏବିଇଓ ଏବଂ ଅବସରପ୍ରାପ୍ତ ବିଇଓଙ୍କୁ ଜେରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ଜାଲିଆତି ଘଟଣା । ଗତ ୩ ଦିନ ଧରି ଅବସରପ୍ରାପ୍ତ ବିଇଓ ଏବଂ ଏବିଇଓଙ୍କୁ ଜେରା କରୁଛି ପୋଲିସ । ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡ଼ିପିଓ (SDPO)ଙ୍କ କାର୍ଯ୍ୟାଳୟରେ ଏମାନଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି ।

ଏହି ଘଟଣାରେ ଅଭିଯୁକ୍ତ ଆକାଉଣ୍ଟଟାଣ୍ଟ ସୁଚୀସ୍ମିତା ସୁଆର ଫେରାର ମାରିବା ନେଇ ଏକ୍ସକେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଥିଲା ଜିଲ୍ଲା ଶିକ୍ଷା ବିଭାଗ । ଏହାପରେ ଭବାନୀପାଟଣା ବିଇଓଙ୍କ ପକ୍ଷରୁ ଟାଉନ ଥାନାରେ ସୁଚୀସ୍ମିତା ଫେରାର ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- ବିଇଓ ଅଫିସ ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ ଘଟଣା, ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା

ସେପଟେ ଘଟଣାକୁ ନେଇ ନିଜପଟୁ ମାମଲା ରୁଜୁ କରି ତଦନ୍ତ ଭାର ନେଇଛି ଜିଲ୍ଲା ଭିଜିଲାନ୍ସ ବିଭାଗ । ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗତ ୩ ଦିନ ଧରି ଅବସରପ୍ରାପ୍ତ ବିଇଓ ଏବଂ ଏବିଇଓଙ୍କୁ ଜେରା କରୁଛି ପୋଲିସ । ଜିଲ୍ଲା ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ ପରେ ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଗତ ୩ ଦିନ ଧରି ପୂର୍ବତନ ବିଇଓ ଜଗନ୍ନାଥ ପୁରୋହିତ ଓ ବର୍ତ୍ତମାନ କାର୍ଯ୍ୟରତ ଏବିଇଓ ଜୟ କୁମାର ମାଝୀଙ୍କୁ ମାରାଥନ ଜେରା କରିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ପୋଲିସ ପୂର୍ବରୁ ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚୀସ୍ମିତା ସୁଆର କେଳେଙ୍କାରୀ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୁଚୀସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଖୋଲତାଡ଼ ଆରମ୍ଭ କରିଛି ପୋଲିସ । ଏପରିକି ଦୁହିଁଙ୍କ ବ୍ୟାଙ୍କ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି । ସୁଚୀସ୍ମିତା ଫେରାର ଥିବା ଯୋଗୁଁ ଠାବ କରିବା ନେଇ ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ସୁଚୀସ୍ମିତା ସୁଆରକୁ ଧରିବାରେ ବିଫଳ ହୋଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଦରମା ଜାଲିଆତି କରି ଲେଡି ଆକାଉଣ୍ଟାଣ୍ଟ ଫେରାର, ବିଇଓ ଅଫିସରେ ଶିକ୍ଷକଙ୍କ ଧାରଣା

ଅଭିଯୋଗ ମୁତାବକ ସଦର ବ୍ଲକର ଏକ୍ସ କ୍ୟାଡରମାନଙ୍କ ଦରମା ଟଙ୍କାକୁ ହଡ଼ପ କରି ସୁଚୀସ୍ମିତା ନିଜ ନାଁରେ ଓ ତାଙ୍କ ମା'ଙ୍କ ନାମରେ ମିଳିତ ଭାବରେ ଜାଗା କ୍ରୟ କରିଥିଲେ । ଜମି ରେଜିଷ୍ଟ୍ରେସନରେ କିଭଳି ଏତେ ପରିମାଣର ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଆଜି ଦିନ ତମାମ ଏହି ୧୦ ଡିସିମିଲ ଜାଗା ଉପରେ ଗୌରଚନ୍ଦ୍ର ଠାକୁରଙ୍କୁ ଜେରା କରାଯାଇଥିଲା । ଦିନକୁ ଦିନ ସୁଚୀସ୍ମିତାଙ୍କ କଳା କାରନାମା ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.