ETV Bharat / state

Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୋଲିସ ASI, ପୂର୍ବରୁ ହୋଇଥିଲେ ନିଲମ୍ବିତ

author img

By

Published : Mar 23, 2022, 7:03 AM IST

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ

Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ASI
Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ASI

ଭବାନୀପାଟଣା: ପୁଣି ଖାକିରେ କଳଙ୍କ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ASI । ଅଧିକାରୀ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।

ସୂଚନାଅନୁସାରେ, ଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲୁହୁରାଜୋର ଗାଁର ମଦ ବ୍ୟବସାୟୀ ପବିତ୍ର ନାଏକଙ୍କ ମାମଲା ରଫାଦଫା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ପବିତ୍ର ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ ।

ଭବାନୀପାଟଣା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିବା କରି ଟଙ୍କା ଜବତ କରିବା ସହିତ ଗିରଫ କରିଛି । ସୂଚନାଅନୁସାରେ, ପୂର୍ବରୁ ମଧ୍ୟ ଏହି ଭଳି ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହୋଇଥିଲେ ପୋଲିସ ବାବୁ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.