ETV Bharat / state

ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ: କଳାହାଣ୍ଡି ଜିଲ୍ଲାରେ 'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ

author img

By ETV Bharat Odisha Team

Published : Dec 20, 2023, 6:38 AM IST

Nua-O Program in kalahandi: କଳାହାଣ୍ଡି ଜିଲ୍ଲାରେ 'ନୂଆ ଓ' ଏବଂ 'ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଆୟୋଜିତ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହନଦେବା ମୁଖ୍ୟ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

କଳାହାଣ୍ଡି ଜିଲ୍ଲାରେ  'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ  ; ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ
କଳାହାଣ୍ଡି ଜିଲ୍ଲାରେ 'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ ; ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ

କଳାହାଣ୍ଡି ଜିଲ୍ଲାରେ 'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ ; ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ

କଳାହାଣ୍ଡି : ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ 'ନୂଆ ଓ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ଆୟୋଜିତ ହୋଇଥିବା 'ନୂଆ ଓ' ଏବଂ 'ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଆଜି କର୍ଲାପଡ଼ା ପଞ୍ଚାୟତ ମହାବିଦ୍ୟାଲୟ ପରିସରରେ ଉଦଯାପିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ସମସ୍ତ 5ଟି ସ୍କୁଲ ଏବଂ କଲେଜଗୁଡ଼ିକର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଲୋକଲୋଚନକୁ ଆଣିବାକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... ‘ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ’

ଛାତ୍ରଛାତ୍ରୀଙ୍କ ମଧ୍ୟରେ ହକି, କ୍ରିକେଟ, ଭଲିବଲ, ଫୁଟବଲ, ଖୋଖୋ, ଦୌଡ଼କୁଦ ଆଦି କ୍ରୀଡ଼ା ପ୍ରତିଯୋଗିତା ସହ ଏନସିସି, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଭବାନୀପାଟଣା ଅଧ୍ୟକ୍ଷ ବଦ୍ରିନାରାୟଣ ପଟ୍ଟନାୟକ, କଲେଜ ଅଧକ୍ଷ ବିନୋଦ ବିହାରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସାମିଲ ଛାତ୍ରଛାତ୍ରୀ ଦୀର୍ଘ ୫ ଦିନ ଧରି ବିଭିନ୍ନ ଗାଁ ଯାଇ ଲୋକଙ୍କୁ ସ୍ବଚ୍ଛ ଭାରତ ଅଭିଯାନ, ନାରୀ ଶିକ୍ଷା, ସଡ଼କ ସୁରକ୍ଷା, ରକ୍ତଦାନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଅନୁଷ୍ଟିତ ହୋଇଥିବା ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା "ଆମେ ଗଢିବୁ ନୂଆ ଓଡ଼ିଶା"ର ବ୍ରାଣ୍ଡିଂ

ସୂଚନାଯୋଗ୍ୟ ଯେ ନୂଆ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଶିକ୍ଷା, ସଂସ୍କୃତି, ପରମ୍ପରା ଓ କ୍ରୀଡା କ୍ଷେତ୍ରରେ ଯୁବ ପିଢିଙ୍କୁ ଆଗକୁ ନେବା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍କୁଲ ଏବଂ କଲେଜ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶାରୀରିକ, ମାନସିକ ଏବଂ ବୌଦ୍ଧିକ ସ୍ତରରେ ଛାତ୍ରଛାତ୍ରୀଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍କୁଲ ଏବଂ କଲେଜଗୁଡିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପ୍ରଚୁର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.