ETV Bharat / state

ଗାଁକୁ ନାହିଁ ଭଲ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ

author img

By

Published : Jul 26, 2021, 5:40 PM IST

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ଗାଁରେ ରାସ୍ତା ସମସ୍ୟା । ଭଲ ରାସ୍ତା ନଥିବାରୁ ଗାଁକୁୁ ପଶିପାରୁନି ଆମ୍ବୁଲାନ୍ସ । ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ । ଅଧିକ ପଢନ୍ତୁ...

ଗାଁକୁ ନାହିଁ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ
ଗାଁକୁ ନାହିଁ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନଗାଁକୁ ନାହିଁ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ

ଭବାନୀପାଟଣା: ଗମନାଗମନ ଭଳି ମୌଳିକ ସୁବିଧା ସବୁଠି ପହଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ତାହା କେବଳ ଯୋଜନାରେ ଅଟକି ଯାଇଛି । ଏପରି କିଛି ସରକାରୀ ଉଦାସୀନତା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାଲସି ଗାଁରେ । ପ୍ରାୟ ୩ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନାହିଁ । କାଦୁଅ ପଚପଚ ସହ ଖାଲଖମାରେ ଭର୍ତ୍ତି ରାସ୍ତା ଦେଇ ବିପଦ ଅବସ୍ଥାରେ ଗମନାଗମନ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୦ କି.ମି ଦୂରରେ ଥିବା ଏହି ଗାଁର ଏଭଳି ଚିତ୍ରକୁ ଦେଖିଲେ ବିକାଶ ଚିତ୍ର ଜଳଜଳ ହୋଇ ଦେଖାଯାଉଛି ।

ଗାଁକୁ ନାହିଁ ରାସ୍ତା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ

ଅସରାଏ ବର୍ଷାରେ ଖାଲରେ ଜମି ରହୁଛି ପାଣି । ଖାଲରେ ପାଣି ଜମିବାରୁ ଗାଁକୁ ଆମ୍ବୁଲାନ୍ସ ଯିବା ଅସମ୍ଭବ । ରୋଗୀକୁ ଡାକ୍ତରଖାନା ନେବାକୁ କାନ୍ଧରେ ବୁହାଇବାକୁ ପଡିଥାଏ,ନଚେତ ପ୍ରାୟ ବୁଲିବାକୁ ପଡେ ୧୦ କି.ମି । ସମସ୍ୟା କେବଳ ସେତିକିରେ ସିମୀତ ନୁହେଁ , ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ସହରକୁ ଯିବାକୁ ହେଲେ ଏହି ରାସ୍ତାଦେଇ ଯିବା ଆସିବା କରିବାକୁ ପଡେ ଆଉ ବର୍ଷା ହେଲେ ଯିବା ଆସିବା ବନ୍ଦ। ଏହି ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ତେବେ କେବେ ପ୍ରଶାସନର ଦୃଷ୍ଟି ପଡିବ ଓ ଲୋକେ ଗାଁକୁ ଭଲ ରାସ୍ତା ଖଣ୍ଡେ ପାଇବେ, ତାକୁ ଅପେକ୍ଷା ।

କାଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.