ETV Bharat / state

କୋରୋନା କବଳରେ କଳାହାଣ୍ଡି, ବଢୁଛି ସ୍ଥାନୀୟ ସଂକ୍ରମଣ

author img

By

Published : Aug 2, 2020, 3:25 AM IST

ସ୍ଥାନୀୟ ଅଞ୍ଚଳରୁ ପଜିଟିଭ କେସ୍ ବୃଦ୍ଧି ପାଉଥିବାରୁ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରୁଛନ୍ତି ବୁଦ୍ଧିଜୀବୀ । ତେବେ ସ୍ଥାନୀୟ ସଂକ୍ରମଣକୁ ରୋକିବା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି ।

Local Covid positive case rise in Kalahandi
କୋରୋନା କବଳରେ କଳାହାଣ୍ଡି, ବଢୁଛି ସ୍ଥାନୀୟ ସଂକ୍ରମଣ

କଳାହାଣ୍ଡି: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କ୍ବାରେଣ୍ଟିନ ସେଣ୍ଟର ସହିତ ସ୍ଥାନୀୟ ଅଞ୍ଚଳରୁ ପଜିଟିଭ କେସ୍ ବୃଦ୍ଧି ପାଉଥିବାରୁ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରୁଛନ୍ତି ବୁଦ୍ଧିଜୀବୀ । ତେବେ ସ୍ଥାନୀୟ ସଂକ୍ରମଣକୁ ରୋକିବା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି ।

କୋରୋନା କବଳରେ କଳାହାଣ୍ଡି, ବଢୁଛି ସ୍ଥାନୀୟ ସଂକ୍ରମଣ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି । ସେଥିମଧ୍ୟରୁ ୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ, ୧୨୮ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି, ସରକାରଙ୍କ କୋରୋନା କଣ୍ଟ୍ରୋଲ ମଡେଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ସାଧାରଣ ଲୋକେ ସାମାଜିକ ଦୂରତ୍ବକୁ ପାଳନ କରୁନଥିବା ବେଳେ, କେବଳ ମାସ୍କ ପିନ୍ଧି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି ।

ସମୟ ପୂର୍ବରୁ ପ୍ରଶାସନ, କଟକଣାର କଡା ପାଳନ ନେଇ ଧ୍ୟାନ ଦେବାକୁ ହେବ ଓ ସାଧାରଣ ଲୋକଙ୍କୁ ନିୟମ ମାନି ଚଳିବାକୁ ବାଧ୍ୟ କରିବାକୁ ହେବ । ନଚେତ୍ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାର ସମ୍ଭାବନା ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.