ETV Bharat / state

ମତଦାନ ବେଳେ ହୃଦୟ ଜିତିଲା କଳାହାଣ୍ଡି ପୋଲିସ

author img

By

Published : Feb 19, 2022, 7:10 AM IST

ପଞ୍ଚାୟତ ନିର୍ବାଚନ ମତଦାନ ସମୟରେ ମାନବିକତା ଦେଖାଇଲା ପୋଲିସ । ତେବେ ଗଣତନ୍ତ୍ରର ଏହି ମହାନ ପର୍ବ ମୂଲ୍ୟବାନ ମତ ଦେଇ ମତଦାତା ନିର୍ବାଚିତ କରିବେ ନିଜର ଜନ ପ୍ରତିନିଧି । ଅଧିକ ପଢନ୍ତୁ

Panchayat Poll: କଳାହାଣ୍ଡିରେ ପୋଲିସର ମାନବିକତା
Panchayat Poll: କଳାହାଣ୍ଡିରେ ପୋଲିସର ମାନବିକତା

ଭବାନୀପାଟଣା: ପଞ୍ଚାୟତ ନିର୍ବାଚନ ମତଦାନ ସମୟରେ ମାନବିକତା ଦେଖାଇଲା ପୋଲିସ । ତେବେ ଗଣତନ୍ତ୍ରର ଏହି ମହାନ ପର୍ବ ମୂଲ୍ୟବାନ ମତ ଦେଇ ମତଦାତା ନିର୍ବାଚିତ କରିବେ ନିଜର ଜନ ପ୍ରତିନିଧି । ଏହି ଜନ ପ୍ରତିନିଧି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଭୋଟର ଦେଇଥାନ୍ତି ନିଜର ବହୁ ମୂଲ୍ୟ ଭୋଟ ।

Panchayat Poll: କଳାହାଣ୍ଡିରେ ପୋଲିସର ମାନବିକତା

ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମାତ୍ର ଭୋଟ ଦେବା ପାଇଁ ବୁଥରେ ମତଦାତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଭୋଟ ଦେବାକୁ ଆସୁଥିବା ବୃଦ୍ଧା, ବୃଦ୍ଧ ଓ ଦିବ୍ୟଙ୍ଗଙ୍କୁ ପୋଲିସ କର୍ମଚାରୀ ବୋହି ମତଦାନ କେନ୍ଦ୍ରକୁ ନେବାର ଚିତ୍ର ଦେଖିବାକୁ ମିଳିଥିଲା ।

ପୋଲିସର ଏଭଳି କାର୍ଯ୍ୟ ନିଶ୍ଚିତ ଭାବରେ ଜନ ସାଧାରଣ ଓ ପୋଲିସ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ୍‌ କରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.