ETV Bharat / state

ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

author img

By

Published : Aug 21, 2022, 11:10 AM IST

କଳାହାଣ୍ଡିରେ ବିଚାରଧିନ କଏଦୀ ମୃତ୍ୟୁ ଘଟଣା । ସହାୟତା ପ୍ରତିଶ୍ରୁତି ଦିଆଯିବା ପରେ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କଲା ପୋଲିସ । ଅଧିକ ପଢନ୍ତୁ

ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ
ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାରାଗାରରେ ବିଚାରଧିନ କଏଦୀ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଉଠିଲା ମୃତଦେହ । ପୋଲିସ ପରିବାର ବର୍ଗକୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ବ୍ୟବଚ୍ଛେଦ କରାଯାଇ ପରିଜନକୁ ମୃତଦେହ ହସ୍ତାନ୍ତର କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଭବାନୀପାଟଣା ସ୍ଥିତ ଜିଲ୍ଲା କାରାଗାରରେ ଏହି ବିଚାରଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା ।

ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ସୂଚନାଯୋଗ୍ୟ, ମୃତକ ସିଙ୍ଗା ଥାନା ଅନ୍ତର୍ଗତ ବାହାଦୁରପଦର ଗାଁର ହୃଦୟ କୁମାର ପୋଢ(୪୫) । ଗତ କିଛିଦିନ ତଳେ ସେ ଏକ ଅପରାଧୀକ ମାମଲାରେ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ରହିଥିଲେ । ଜେଲର୍‌ଙ୍କ କହିବା ମୁତାବକ, ହୃଦୟଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିବା ସହ ଏହା ଏକ ସ୍ବାଭାବିକ ମୃତ୍ୟୁ ନୁହେଁ ଅଭିଯୋଗ କରି ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସକୁ ଅନୁମତି ମଧ୍ୟ ଦେଇଥିଲେ । ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.