ETV Bharat / state

ଗୋଳାମୁଣ୍ଡାରେ ନାବାଳିକା ଛାତ୍ରୀଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Aug 22, 2022, 8:18 PM IST

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଘୋଟିଆ ଗାଁରେ ନାବାଳିକା ଛାତ୍ରୀକୁ ହତ୍ୟାକୁ ପ୍ରଥମେ ପୋଲିସ ଆତ୍ମହତ୍ୟା ଦର୍ଶାଇଥିବା ଘଟଣା । ପରିବାରର ଅଭିଯୋଗ ପରେ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ଗୋଳାମୁଣ୍ଡାରେ ନାବାଳିକା ଛାତ୍ରୀଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ
ଗୋଳାମୁଣ୍ଡାରେ ନାବାଳିକା ଛାତ୍ରୀଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଘୋଟିଆ ଗାଁରେ ନାବାଳିକା ଛାତ୍ରୀକୁ ହତ୍ୟା ଘଟଣା (Ghotia village minor girl death case) । ପ୍ରଥମେ ଏହାକୁ ଆତ୍ମହତ୍ୟା ଦର୍ଶାଇଥିବା ପୋଲିସ ପରିବାରର ଅଭିଯୋଗ ପରେ ତଦନ୍ତ କରିଥିଲା । ଆଜି ପୋଲିସ ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ଗାଁର ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଉଭୟଙ୍କ ମଧ୍ୟରେ ବଚସା ଯୋଗୁଁ ଛାତ୍ରୀକୁ ଯୁବକ ଜଣକ ହତ୍ୟା କରିଥିବା କହିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଘୋଟିଆ ଗାଁର ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ଗତ ୪ଦିନ ତଳେ ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ପାଇ ନଥିଲେ। ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ଉଭୟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ଏହା ବି ପଢନ୍ତୁ- ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଟ୍ୟାକ୍ସ କଲେକ୍ଟର

ଏହାପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ଆତ୍ମହତ୍ୟା ବୋଲି କଳାହାଣ୍ଡି ଏସପି (SP) ଟ୍ୱିଟ୍ ଯୋଗ ସୂଚନା ଦେଇଥିଲେ । ହେଲେ ପରିବାର ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ସେପଟେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପରେ ଆଜି ପୋଲିସ ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ଗାଁର ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ସୁରଜ ହଂସ ଓ ନାବାଳିକା ଛାତ୍ରୀଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା । ଏଥିରେ ଯୁବକ ଜଣକ ଆକ୍ରୋଶ ରଖି ଯୁବତୀଙ୍କୁ ହତ୍ୟା କରିଥିଲା ବୋଲି ପୋଲିସ କହିଛି । ଆଜି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.