ETV Bharat / state

ମାଓବାଦୀଙ୍କୁ ଯୋଗାଉଥିଲେ ସାମଗ୍ରୀ, ବନ୍ଧାହେଲେ ଅଭିଯୁକ୍ତ

author img

By

Published : Mar 17, 2022, 4:40 PM IST

ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ଦ୍ବାରା ପୁଣି ଜଣେ ଗିରଫ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗାଁର ଖଗେଶ୍ବର ଗୌଡ କେକେବିଏନ ଡିଭିଜନ ମାଓ ସଂଗଠନକୁ ମାଓପୋଷ୍ଟର, ଡେଟୋନେଟର ଆଦି ସାମଗ୍ରୀ ବେଆଇନ ଭାବେ ଯୋଗାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମାଓବାଦୀଙ୍କୁ ଯୋଗାଉଥିଲେ ସାମଗ୍ରୀ, ବନ୍ଧା ହେଲେ ଅଭିଯୁକ୍ତ
ମାଓବାଦୀଙ୍କୁ ଯୋଗାଉଥିଲେ ସାମଗ୍ରୀ, ବନ୍ଧା ହେଲେ ଅଭିଯୁକ୍ତ

ଭବାନୀପାଟଣା: ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ଦ୍ବାରା ପୁଣି ଜଣେ ଗିରଫ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗାଁର ଖଗେଶ୍ବର ଗୌଡ କେକେବିଏନ ଡିଭିଜନ ମାଓ ସଂଗଠନକୁ ମାଓପୋଷ୍ଟର, ଲିଟ୍ରେଚର, ଡେଟୋନେଟର ଆଦି ସାମଗ୍ରୀ ବେଆଇନ ଭାବେ ମାଓବାଦୀଙ୍କୁ ଯୋଗାଉଥିବା ଅଭିଯୋଗ ହୋଇଛି ।

ମାଓବାଦୀଙ୍କୁ ଯୋଗାଉଥିଲେ ସାମଗ୍ରୀ, ବନ୍ଧା ହେଲେ ଅଭିଯୁକ୍ତ

ଏହାସହ ଅଭିଯୁକ୍ତ ଖଗେଶ୍ବର ଗୌଡ ମାଓ ସଂଗଠନରେ ଦୀର୍ଘ ଦିନ ଧରି କାର୍ଯ୍ୟକରୀ ଆସୁଥିବା ବେଳେ ଗତ ୭ ତାରିଖରେ କଳାହାଣ୍ଡି ପୋଲିସ ୩ ଜଣ ସକ୍ରିୟ ମିଲିସିଆ ସଦସ୍ୟକୁ ଗିରଫ କରିଥିଲା । ଅଭିଯୁକ୍ତ ଖଗେଶ୍ବର ଠାରୁ ୯ ଟି ଜୀବନ୍ତ ଡେଟୋନେଟର, ୩ ଟି ମାଓ ପୋଷ୍ଟର, ବିଦ୍ୟୁତ ତାର ସମେତ ମୋବାଇଲ ଫୋନ ଆଦି ସାମଗ୍ରୀ ଜବତ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.