ETV Bharat / state

ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ

author img

By

Published : Jun 10, 2022, 7:33 AM IST

ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ଧର୍ମଗଡ଼ର ବ୍ୟବସାୟୀ ଦିନେସ ଅଗ୍ରୱାଲଙ୍କ ଘରୁ ହୋଇଥିବା ଏକ ବଡ଼ ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୋଲିସ । ଅଧିକ ପଢ଼ନ୍ତୁ

inter district robbery gang arrested by kalahandi police
ଅନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ

ଭବାନୀପାଟଣା: ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ଧର୍ମଗଡ଼ର ବ୍ୟବସାୟୀ ଦିନେସ ଅଗ୍ରୱାଲଙ୍କ ଘରୁ ହୋଇଥିବା ଏକ ବଡ଼ ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୋଲିସ । ଏନେଇ ଧର୍ମଗଡ଼ ଏସଡ଼ିପିଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

ଅନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ

ଗତ ୩୦ ତାରିଖ ମଧ୍ୟ ରାତ୍ରିରେ ଦିନେସ ଅଗ୍ରୱାଲଙ୍କ ଘରେ କିଛି ଦୁର୍ବୃତ୍ତ ପଶି କେମିକାଲ ପ୍ରୟୋଗ କରିବା ସହ ତାଙ୍କ ମା' ଓ ଭଉଣୀ ସୋଇଥିବା କୋଠରୀରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଭର୍ତ୍ତି ୨ଟି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏହି ଘଟଣାରେ ପୁଲିସ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ ଜୁଆଡ଼, ଯୁଗେନ ପଟେଲ, କୈଳାସ ହାତୀ ନାମକ ୪ ଜଣ ବ୍ୟକ୍ତିକୁ ଗିରଫ କରିଛି । ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା ,୪ ମୋଟର ସାଇକେଲ,୬ ମୋବାଇଲ ଫୋନ ,୨ଟି ଫିଙ୍ଗର ଗ୍ଲୋବ ଓ ଚୋରିରେ ବ୍ୟବହୃତ କେମିକାଲ ବୋତଲକୁ ଜବତ କରାଯାଇଛି । ଚୋରିରେ ସମ୍ପୃକ୍ତ ଥିବା ୨ ଜଣ ଫେରାର ରହିଥିଲା ବେଳେ ସେମାନଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.