ETV Bharat / state

ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୫ ଗିରଫ

author img

By

Published : Dec 10, 2022, 10:00 AM IST

କଳାହାଣ୍ଡି ଜିଲ୍ଲା ପୋଲିସକୁ ସଫଳତା । ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

inter district robber gang arrested by kalahandi police
ଅନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୫ ଗିରଫ

ଭବାନୀପାଟଣା: ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କଳାହାଣ୍ଡି ପୋଲିସ । କେସିଙ୍ଗା ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୫ ଜଣକୁ ଗିରଫ କରି ସେମାନଙ୍କଠାରୁ ୧୯ଟି ବାଇକ, ମୋବାଇଲ, କ୍ୟାମେରା ସହ ମାରଣାସ୍ତ୍ର ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନାର ଅତିରିକ୍ତ ପୋଲିସ ଆଇଆଇସି ମମତା ହେମ୍ବ୍ରମ ଓ ତାଙ୍କ ଟିମ୍ ଗତ ଡିସେମ୍ବର ୭ ତାରିଖ ରାତିରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଅମାଠ ନିକଟ ଶିବ ମନ୍ଦିରଠାରେ ଏକ ବାଇକ ଲୁଟେରା ଗ୍ୟାଙ୍ଗ ଜାତୀୟ ରାଜପଥ ୨୬ରେ ୩ଟି ବାଇକରେ ଡକାୟତି କରିବା ପାଇଁ ଛପି ରହିଥିଲେ । ସୂଚନା ପାଇ କେସିଙ୍ଗା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ାଉ ସମୟରେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ତରଣୀସେନ ଭୋଇକୁ ଗିରଫ କରାଯିବା ପରେ ପୂର୍ବରୁ ଅନେକ ଅପରାଧିକ ମାମଲାରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଉକ୍ତ ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ମଦ ଭାଟି ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ । ସେହିଭଳି ଜାତୀୟ ରାଜପଥ ଡକାୟତି ଘଟଣାରେ ସାମିଲ ଥିବା ବେଳେ ମଦନପୁର ରାମପୁର, ନର୍ଲା, ବଲାଙ୍ଗୀର ଓ ବୌଦ୍ଧ ଥାନାରେ ଏକାଧିକ ମାମଲା ସେମାନଙ୍କ ନାଁରେ ରହିଛି ।

ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ଅଞ୍ଚଳର ତରଣୀସେନଭୋଇ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଗୁଞ୍ଜେରମାଲ ଗ୍ରାମର କନ୍ଧ ମାଝୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଥାନା ଚାରଭଟ୍ଟା ଗ୍ରାମର ଧ୍ରୁବ ନାଗ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଲା ଗ୍ରାମର ପୁରୁଷୋତ୍ତମନାଏକ ଏବଂ ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଥୁଆପଦର ଗ୍ରାମର ବିପିନ ଖରସେଲକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ସେମାନଙ୍କଠାରୁ ୩ଟି ମୋବାଇଲ ୧୯ଟି ବିଭିନ୍ନ ଜିଲ୍ଲାରୁ ଚୋରି କରିଥିବା ବାଇକ, ଗୋଟିଏ କ୍ୟାମେରା ପ୍ରିଣ୍ଟର, ୩ ହଜାର ଟଙ୍କା, ଲୁହା ରଡ଼, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ୍‌ପି ଅଭିଳାଷ ଜି. ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.