ETV Bharat / state

କଳାହାଣ୍ଡିରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ, ତିନି ବର୍ଷରେ ୨୭ ଗିରଫ

author img

By

Published : Oct 13, 2022, 6:36 PM IST

ଗଞ୍ଜେଇ ମାଫିଆଙ୍କ ସୁରକ୍ଷିତ କରିଡର NH 26, ତିନି ବର୍ଷ ମଧ୍ୟରେ ୬୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ । ୨୭ ଜଣ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କଳାହାଣ୍ଡିରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ
କଳାହାଣ୍ଡିରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା: ଜିଲ୍ଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ । କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ । ନୂଆ ନୂଆ ତରିକା ଓ ପନ୍ଥା ଆପଣାଇ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଗତ ତିନି ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି ।

କଳାହାଣ୍ଡିରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ

କେତେବେଳେ ବୋଲେରୋରୁ ତ ଆଉ କେତେବେଳେ ଦାମୀ କାର, କଣ୍ଟେନରରୁ ଜବତ ହୋଇଛି ଗଞ୍ଜେଇ । ଏବେ ଏହି ରାକେଟରେ ସନ୍ଦେହ ଦୂର ପାଇଁ ମହିଳାଙ୍କୁ ମଧ୍ୟ ସାମିଲ କରୁଛନ୍ତି ମାଫିଆ । ବିଶେଷ କରି ଜିଲ୍ଲା ଦେଇ ଯାଇଥିବା ଏନଏଚ ୨୬ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି । ଗତ ୨ବର୍ଷ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ ନେଇ ୫୦ ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ସେଥି ମଧ୍ୟରେ ଗତ ୨୦୨୦ ରେ ୨୧ ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ସେହିପରି ୨୦୨୧ରେ ୨୦ ଟି ମାମଲା ରୁଜୁ ହୋଇଥିବା ବେଳେ ୪୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଚଳିତ ବର୍ଷ ମେ ମାସ ସୁଦ୍ଧା ଗଞ୍ଜେଇ ଚୋରାଚାଲାଣରେ ୧୦ ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ୨୭ ଜଣଙ୍କୁ ପୋଲିସ ଗିରଫ କରିବା ସହ ଅନେକ ଗୁଡ଼ିଏ ଗାଡି ମଧ୍ୟ ଜବତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟି ନେଲେ 7 ଲକ୍ଷ

ଗଞ୍ଜେଇ ଚାଲାଣ ବେଳେ ଏନଏଚ ୨୬ରୁ ଜବତ ହୋଇଥିବା ବେଳେ ଏଠାରେ ଗଞ୍ଜେଇ ମାଫିଆ ସକ୍ରିୟ ରହିଛନ୍ତି । ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କଳାହାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ବ୍ଲକିଂ ଓ ଚେକିଂ ପୋଷ୍ଟ ଥିଲେ ହେଁ ଏହି ମାଫିଆ ମାନେ ଅନେକ ସମୟରେ ଖସି ଯାଉଥିବାର ମଧ୍ୟ ନଜିର ରହିଛି । ସେପଟେ ଗଞ୍ଜେଇ ଚାଲାଣକୁ ରୋକିବା ଅବକାରୀ ବିଭାଗର ଦାୟିତ୍ୱ ଥିଲେ ହେଁ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଉଭୟ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହି ମାଫିଆମାନେ ଅନେକ ସମୟରେ ଖସି ଯାଉ ଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀ ପରସ୍ପର ସହ ଆଲୋଚନା ସହ ସମୀକ୍ଷା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.