ETV Bharat / state

ପୌର ଫାଇଟ: ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ କଳାହାଣ୍ଡିରେ ପୋଲିସର ଫ୍ଲାଗମାର୍ଚ୍ଚ

author img

By

Published : Mar 21, 2022, 7:27 AM IST

ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଜିଲ୍ଲାର ୩ଟି NAC ସହ ଗୋଟିଏ ପୌର ପରିଷଦରେ ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ କଳାହାଣ୍ଡିରେ ପୋଲିସର ଫ୍ଲାଗମାର୍ଚ୍ଚ
ପୌର ଫାଇଟ: ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ କଳାହାଣ୍ଡିରେ ପୋଲିସର ଫ୍ଲାଗମାର୍ଚ୍ଚ

ଭବାନୀପାଟଣା: ଆଗକୁ ଆସୁଛି ପୌର ନିର୍ବାଚନ । ଆଉ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଜିଲ୍ଲାର ୩ଟି NAC ସହ ଗୋଟିଏ ପୌର ପରିଷଦରେ ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ ।

ପୌର ଫାଇଟ: ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ କଳାହାଣ୍ଡିରେ ପୋଲିସର ଫ୍ଲାଗମାର୍ଚ୍ଚ

ମତସାବ୍ୟସ୍ତ କରି ଜନ ପ୍ରତିନିଧି ବାଛିବେ ମତଦାତା । ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷରେ ପୌର ଅଧ୍ୟକ୍ଷ ନିର୍ବାଚନ ହେଉଥିବାରୁ, ଏହାକୁ ନେଇ ଭୋଟର ମଧ୍ୟ ବେଶ ଉତ୍ସାହିତ । ତେବେ ନିର୍ବାଚନ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେଉଛି ପୋଲିସ ପ୍ରଶାସନ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ଲୋକଙ୍କୁ ସଚେତନତା କରିବା ପାଇଁ ଆଜି(ରବିବାର) କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଭବାନୀପାଟଣା ସମେତ ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଆଦି ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଥିଲେ ପୋଲିସ କର୍ମଚାରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.