ETV Bharat / state

ପୁଣି ଖଟିଆରେ ବୁହାହେଲେ ରୋଗୀ

author img

By

Published : Aug 19, 2022, 4:03 PM IST

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ଅଧିକ ପଢ଼ନ୍ତୁ

patient carried in cot due to road problem in tainpadar kalahandi
ପୁଣି ଖଟିଆରେ ବୁହାହେଲେ ରୋଗୀ

ଭବାନୀପାଟଣା: ପୁଣି ଖଟିଆରେ ବୁହା ହେଲେ ରୋଗୀ (patient carried in cot)। ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଖଟିଆରେ ୩ କିଲୋମିଟର ବୋହିଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଗଡ଼ ବ୍ଲକ ଅନ୍ତର୍ଗତ ତଇଁପଦର ଗ୍ରାମରେ ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜିବି ପକ୍କା ରାସ୍ତାଟିଏ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।

ପୁଣି ଖଟିଆରେ ବୁହାହେଲେ ରୋଗୀ

ସୂଚନା ଅନୁଯାୟୀ ତଇଁପଦର ଗ୍ରାମର ମଣ୍ଟୁ ମାଝୀଙ୍କୁ କିଛି ଦିନ ଧରି ଜ୍ଵର ହେବାରୁ ପରିବାର ଲୋକେ ମେଡ଼ିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଗ୍ରାମକୁ ରାସ୍ତା କିମ୍ବା ପୋଲ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଶେଷରେ ପରିବାର ଏବଂ ଗ୍ରାମବାସୀ ରୋଗୀଙ୍କୁ ଭାରରେ ବୋହି ୩ କିଲୋମିଟର ନାଳ ଓ ଜଙ୍ଗଲ ରାସ୍ତା ପାରି ହେବାପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେପଟେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଯାତାୟାତ ପାଇଁ ରାସ୍ତାଟିଏ ନଥିବାବେଳେ, ନାଳରେ ପୋଲଟିଏ ମଧ୍ୟ ନାହିଁ। ତେଣୁ ବର୍ଷା ଦିନ ଆସିଲେ ଗ୍ରାମବାସୀ ଜଳବନ୍ଦୀ ଜୀବନ କାଟନ୍ତି । ଏହି ସମସ୍ୟା ନେଇ ଗ୍ରାମବାସୀ ରାଜନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏନେଇ ଗ୍ରାମବାସୀ କହିଛନ୍ତି, "ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗ୍ରାମରେ ଯଥାଶୀଘ୍ର ରାସ୍ତା ଓ ପୋଲ ନିର୍ମାଣ କରାଯାଉ ।" ତଇଁପଦରର ଏହି ଚିତ୍ର ଦେଖିଲେ ଉପାନ୍ତ ଅଞ୍ଚଳର ବିକାଶ ବେଶ୍‌ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.