ETV Bharat / state

ପହଞ୍ଚିଲାନି ମହାପ୍ରୟାଣ ଗାଡ଼ି, ୮ କିମି ବୁହାହେଲା ମୃତଦେହ

author img

By

Published : Aug 19, 2022, 10:52 PM IST

ରାସ୍ତା ନଥିବାରୁ ଗାଁକୁ ଆସିଲାନି ମହାପ୍ରୟାଣ ଗାଡ଼ି । ୮ କିଲୋମିଟର ମୃତଦେହ ବୋହିଲେ ଗ୍ରାମବାସୀ (dead body carried on cot in kalahandi) । କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

deadbody carried on cot in kalahandi
ପହଞ୍ଚିଲାନି ମହାପ୍ରୟାଣ ଗାଡ଼ି, ୮ କିମି ବୁହାହେଲା ମୃତଦେହ

ଭବାନୀପାଟଣା: ଅପହଞ୍ଚ ଇଲାକାର କରୁଣ କାହାଣୀ । ଗାଁକୁ ପହଞ୍ଚିଲାନି ମହାପ୍ରୟାଣ ଗାଡ଼ି । ୮ କିଲୋମିଟର ବୁହାହେଲା ମୃତଦେହ (dead body carried on cot in kalahandi ) । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳରେ ସରକାରଙ୍କ ବ୍ୟବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ।

ପହଞ୍ଚିଲାନି ମହାପ୍ରୟାଣ ଗାଡ଼ି

ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକର ମୁର୍ଲିମୁଇ ଗାଁର ମଧୁ ମାଝୀ ଗତ କିଛିଦିନ ହେବ ଜ୍ବରରେ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଏକ ମହାପ୍ରୟାଣ ଗାଡ଼ିର ଯୋଗାଡ କରିଥିଲେ । ଗାଁକୁ ରାସ୍ତା ନଥିବାରୁ ଆଗକୁ ଗାଡ଼ିଟି ଯାଇପାରିଲା ନାହିଁ (road problem in thuamul rampur) । ଏହାପରେ ପରିବାର ଓ ଗ୍ରାମବାସୀ ମୃତଦେହକୁ ସର୍ଗିପଦର ଗାଁରୁ ମୁର୍ଲିମୁଇକୁ ପ୍ରାୟ ୮ କିଲୋମିଟର ବୋହି ଆଣିଥିଲେ । ଏନେଇ ସ୍ଥାନୀୟ ସମାଜସେବୀ କହିଛନ୍ତି, " ଗାଁକୁ ରାସ୍ତା ନଥିବାରୁ ଲୋକେ ପାହାଡ଼ ଦେଇ ଯାତାୟତ କରନ୍ତି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏଠାକାର ବିକାଶ ହୋଇପାରୁନାହିଁ । " ସେପଟେ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.