ETV Bharat / state

ଫେରିବ ପୂର୍ବ ଗୌରବ, କଳାହାଣ୍ଡିରେ ପୁନଶ୍ଚ ହେବ କଫି ଚାଷ

author img

By

Published : Jul 20, 2022, 9:33 PM IST

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଚହଟିବ କଫି ଚାଷ । ନୂଆ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜଳଛାୟା ବିଭାଗର ଅଧିକାରୀ ମାନଙ୍କୁ ଡାକି କଫି ଚାଷର ଉଦ୍ୟମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୯୩ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ କଫି ଚାଷ କରାଯିବ । ଅଧିକ ପଢନ୍ତୁ

ଫେରିବ ପୂର୍ବ ଗୌରବ, କଳାହାଣ୍ଡିରେ ପୁନଶ୍ଚ ହେବ କଫି ଚାଷ
ଫେରିବ ପୂର୍ବ ଗୌରବ, କଳାହାଣ୍ଡିରେ ପୁନଶ୍ଚ ହେବ କଫି ଚାଷ

କଳାହାଣ୍ଡି: ପୁଣି ନିଜ ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି । ପୁଣି ଥରେ ଜିଲ୍ଲାରେ ଚହଟିବ କଫି ଚାଷ । ୧୯୮୦ ମସିହାରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଆସିଥିଲା । କିନ୍ତୁ, ତତ୍କାଳୀନ ସରକାରୀ କଳର ଅବହେଳା ଯୋଗୁଁ ଏହି ଅଞ୍ଚଳରେ ଲୋପ ପାଇବାକୁ ବସିଥିଲା କଫି ଚାଷ । ଯାହାର ଜ୍ଵଳନ୍ତ ଉଦାହରଣ ଥୁଆମୂଳ ରାମପୁର ରାସ୍ତା ଉପରେ ଥିବା ଏହି କଫି ଗଛ । ତେବେ ବର୍ତ୍ତମାନ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୦ରୁ ଉର୍ଦ୍ଧ୍ବ କଫି ଗଛ ଏହି ଅଞ୍ଚଳର କଫି ଇତାହାସର ମୁକସାକ୍ଷୀ ।

ଫେରିବ ପୂର୍ବ ଗୌରବ, କଳାହାଣ୍ଡିରେ ପୁନଶ୍ଚ ହେବ କଫି ଚାଷ

ତେବେ ଦୀର୍ଘ ବର୍ଷ ପରେ ପୁଣି କଫି ଚାଷ ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏନେଇ ନୂତନ ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୯୩ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ କଫି ଚାଷ କରାଯିବ ବୋଲି ସୂଚନା ଦିଆଯିବା ପରେ କଫି ଚାଷୀଙ୍କ ମଧ୍ୟରେ ପୁଣି ନୂଆ ଆଶା ସଞ୍ଚାର ହୋଇଛି । ଏହାକୁ ନେଇ ଓଡ଼ିଶା କଫି ମିଶନ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶାର କୋରାପୁଟ କଫି ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିପଣନ ବ୍ୟବସ୍ଥା ଯୋଗୁଁ ଏହା ବେଶ ଆଦର ଲାଭ କରିଛି । କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।



ନୂଆ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜଳଛାୟା ବିଭାଗର ଅଧିକାରୀ ମାନଙ୍କୁ ଡାକି କଫି ଚାଷର ଉଦ୍ୟମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନରେଗା ଯୋଜନା, କଫି ବୋର୍ଡ, ଡିଏମଏଫ ଫଣ୍ଡ ଦ୍ବାରା ଜଳଛାୟା ବିଭାଗ ପକ୍ଷରୁ କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କାଣିଗୁମା, ଗୋପିନାଥପୁର ପଞ୍ଚାୟତର ବଡବଫ୍ଲା, ମହୁଲ ପାଟଣା ପଞ୍ଚାୟତର ଉପର ଚବରି ଓ ମହୁଲପାଟଣାରେ କଫି ଚାଷ ପାଇଁ ନିଷ୍ପତ୍ତି ନିଆଯାଇଛି । ସମୁଦାୟ ୪୮୦ ହେକ୍ଟର ଜମିରେ କଫି ଚାଷ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଯଥାଶୀଘ୍ର ରାଜସ୍ବ ନୀରିକ୍ଷକଙ୍କୁ ଏହି ଜମିର ସର୍ଭେ କରିବା ପାଇଁ ସୂଚନା ଦେଇଛନ୍ତି ।

ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ମତରେ, "କଫି ଚାଷ କରିବା ପାଇଁ ଆଗ୍ରହ ଥିବା ଚାଷୀଙ୍କ ପ୍ରଡ୍ୟୁସର ଗୋଷ୍ଠୀ ଗଠନ କରି ଜଳଛାୟା ବିଭାଗର ମୃତ୍ତିକା ସଂରକ୍ଷଣ କମିଟି ଦ୍ଵାରା କଫି ଚାଷ ନିମନ୍ତେ ପଦକ୍ଷେପ ନିଆଯିବ ।"

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.