ETV Bharat / state

ଫୋକସରେ ପଶ୍ଚିମ ଓଡିଶା, ଲୋକାର୍ପଣ ହେବ ବିଜୁ ଏକ୍ସପ୍ରେସ ୱେ

author img

By

Published : Mar 5, 2023, 7:44 AM IST

ଆଜି ଅପରାହ୍ନ ୨ ଟାରେ କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ-ଦକ୍ଷିଣ ଓଡିଶାକୁ ଯୋଡିବ ବିଜୁ ଅର୍ଥନୈତିକ କରିଡର । ଲୋକାର୍ପଣ ହେବ ବିଜୁ ଏକ୍ସପ୍ରେସ ଓ୍ବେ । ଅଧିକ ପଢନ୍ତୁ

naveen patnaik to visit kalahandi
naveen patnaik to visit kalahandi

naveen patnaik to visit kalahandi

ଭବାନୀପାଟଣା: ଆଜି ପଶ୍ଚିମ ଓଡିଶା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଜିଲ୍ଲା ଗସ୍ତ କରିବା ସମୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନୂଆପଡାରେ ବିଜୁ ଏକ୍ସପ୍ରେସ ଓ୍ବେକୁ ଉଦଘାଟନ କରିବେ । ଏଥିପାଇଁ ବିଜେଡି ଶିବିର ଚଳଚଞ୍ଚଳ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଏଥର ଫୋକସରେ ପଶ୍ଚିମଓଡ଼ିଶା । ୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମଥର ପଶ୍ଚିମ ଓଡିଶା ଗସ୍ତ ହେବ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ହେବ ବୋଲି କୁହାଯାଉଛି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ଶେଷ ମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମପାଣିକୁ ଏହି ଏକ୍ସପ୍ରେସ ଓ୍ବେ ସଂଯୋଗ କରୁଛି । ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ଓ୍ବେ ନିର୍ମାଣ କରିଛନ୍ତି ।

ନୂଆପଡା ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ସେଥିରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି । ଏହାସହ ନୂଆପଡା ଏବଂ ଖରିଆର ରୋଡ଼ର ଇନଡୋର ଷ୍ଟାଡିୟମ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଲ ପଡିଆଠାରେ ଦିନ ୨ ଟା ସମୟରେ ଅବତରଣ କରିବା ସହ ସେଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଏହାପରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସେଠାରୁ ପୁଣି କୋକସରା ବ୍ଲକ ଅନ୍ତର୍ଗତ ଆମପାଣିକୁ ବିଜୁ ଏକ୍ସପ୍ରେସ ୱେ ଦେଇ ରୋଡ଼ ସୋ ଯୋଗେ ଧର୍ମଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଧର୍ମଗଡ଼ରେ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିର୍ମିତ ସରକାରୀ ବସ୍ ଷ୍ଟାଣ୍ଡ, ୭କୋଟି ୮୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମର ଲୋକାର୍ପଣ କରିବେ l

ଏହାପରେ ଦୀର୍ଘ ୫୨ କିଲୋମିଟର ବିଜୁ ଏକ୍ସପ୍ରେସ ରାସ୍ତାରେ ରୋଡ଼ ସୋରେ ଯାଇ ଆମପାଣି ଠାରେ ପହଞ୍ଚିବା ପରେ ଏକ ବୈଠକରେ ଯୋଗଦେବା ସହ ବିଜୁ ଏକ୍ସପ୍ରେସ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ବିଜେଡି ଶିବିର । କଳାହାଣ୍ଡି ପହଞ୍ଚି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାସହ ସମସ୍ତ ବିଜେଡି କର୍ମୀ ଓ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବା ବେଳେ ବୃନ୍ଦାବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ୫୨ କିଲୋମିଟର ବିଜୁ ଏକ୍ସପ୍ରେସ ରାସ୍ତାରେ ଦିନ ୧ ଟା ଯାଏଁ ସମସ୍ତ ଗାଡି ଚଳାଚଳକୁ ବନ୍ଦ କରାଯିବା ବୋଲି ସୂଚନା ମିଳିଛି । ରାସ୍ତାର ପ୍ରତ୍ୟେକ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ଦାୟିତ୍ଵରେ ଥିବା ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.