ETV Bharat / state

କଳାହାଣ୍ଡିରେ ବାୟୁ ସ୍ୱାସ୍ଥ୍ୟ ସେବା, ଲାଭ ଉଠାଇଲେ ରୋଗୀ

author img

By

Published : Dec 15, 2022, 10:33 PM IST

ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା । ଏହି ସେବାର ତୃତୀୟ ପର୍ଯ୍ୟାୟରେ ୫ ଜଣ ବିଶେଷଜ୍ଞ ଡାକ୍ତର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି । ଅଧିକ ପଢନ୍ତୁ

କଳାହାଣ୍ଡିରେ ବାୟୁ ସ୍ୱାସ୍ଥ୍ୟ ସେବା, ଲାଭ ଉଠାଇଲେ ରୋଗୀ
କଳାହାଣ୍ଡିରେ ବାୟୁ ସ୍ୱାସ୍ଥ୍ୟ ସେବା, ଲାଭ ଉଠାଇଲେ ରୋଗୀ

କଳାହାଣ୍ଡିରେ ବାୟୁ ସ୍ୱାସ୍ଥ୍ୟ ସେବା, ଲାଭ ଉଠାଇଲେ ରୋଗୀ

ଭବାନୀପାଟଣା: ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା । ଏହି ସେବାର ତୃତୀୟ ପର୍ଯ୍ୟାୟରେ ୫ ଜଣ ବିଶେଷଜ୍ଞ ଡାକ୍ତର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସିଥିଲେ । ୩ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୦୭ ଜଣ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ବେଳେ ୧୫ ଜଣ ରୋଗୀଙ୍କ ଅସ୍ତ୍ରୋପଚାର ବିନା ମୂଲ୍ୟରେ କରାଯାଇଛି ।

ଏହାସହ ପ୍ରତିଟି ଜିଲ୍ଲାବାସୀ ଏହି ସେବା ପାଇପାରିବେ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତିନି ଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୟୁରୋଲୋଜି ,କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋଲୋଜି, ଏଣ୍ଡୋପ୍ରାନୋଲୋଜି, ସର୍ଜିରି ଆଦି ବିଶେଷଜ୍ଞ ଡାକ୍ତର ମାନେ ଗତ ୧୩ ତାରିଖ ରେ ବିମାନ ଯୋଗେ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦର ରେ ପହଞ୍ଚିଥିଲେ। ଏହା ପରେ ସେଠାରୁ କାର ଯୋଗେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଦିନ ଧରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପରାମର୍ଶ ଦେଇଛନ୍ତି ।

ଆସନ୍ତା ୩ ମାସ ପରେ ପୁଣି ଥରେ ଏହି ବିଶେଷଜ୍ଞ ଡାକ୍ତର ମାନେ ଆସି ପୁଣି ଥରେ ନୁଆଁ ଓ ପୁରୁଣା ରୋଗୀଙ୍କ ଚିକିତ୍ସା କରିବେ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ରୋଗୀ ବଡ ବଡ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି ଯାହା ଫଳରେ ଉଚ୍ଚ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଯୋଗୁଁ ରୋଗୀ ଅନେକ ଉପକୃତ ହୋଇ ପାରିଥିବା ସିଡିଏମଓ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.