ETV Bharat / state

Appeal For Euthanasia: କଥା ରଖିଲେନି ସରକାର, ପୁଣି ଇଚ୍ଛାମୃତ୍ୟୁ ମାଗିଲେ ଅନୀଲ

author img

By

Published : Dec 15, 2021, 8:53 AM IST

ଚିକିତ୍ସାରେ ଅବହେଳା ନେଇ ନିରାଶ ହେଲେ ଅନୀଲ । ଫଳରେ ପୁର୍ବବାର ଇଚ୍ଛାମୃତ୍ୟୁ ପାଇଁ ପ୍ରଶାସନକୁ ଜଣାଇଛନ୍ତି(Anil Appeal For Euthanasia) । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ ଶିଖା ନିଜ ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିନଥିଲେ । ଅଧିକ ପଢନ୍ତୁ

ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ
ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନc

ଭବାନୀପାଟଣା: ଚିକିତ୍ସାରେ ଅବହେଳା ନେଇ ନିରାଶ ହେଲେ ଅନୀଲ । ଫଳରେ ପୁଣି ଥରେ ଇଚ୍ଛାମୃତ୍ୟୁ ପାଇଁ ପ୍ରଶାସନକୁ ଜଣାଇଛନ୍ତି । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ ଶିଖା ନିଜ ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିନଥିଲେ। ଫଳରେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଓ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଏହାପରେ ତାଙ୍କୁ ବିଶାଖାପାଟଣାକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ହେଲେ ସେଠାରେ ବି ତାଙ୍କୁ ନିରାଶ ହେବାରୁ ପଡିଥିଲା । ଫଳରେ ପୁନର୍ବାର ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଅନୀଲ ।

ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ
ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ
ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ
ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ

ସୂଚନାଅନୁସାରେ ୨୦୧୫ ମସିହାରେ ବାଇକ ଦୁର୍ଘଟଣାର ଶିକାର ହେବାରୁ ମେରୁଦଣ୍ଡ ଅକାମି ହୋଇଥିଲା । ଫଳରେ ଦୀର୍ଘ 6 ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଦୀର୍ଘ ଦିନ ଧରି ପରିବାର ଉପରେ ବୋଝ ପାଲଟିଥିବା ଅନୀଲ ଗତ ନଭେମ୍ବର ୧୮ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ । ଗଣମାଧ୍ୟମ ଖବର ପ୍ରସାରଣ ପରେ ଅନୀଲଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ CDMOଙ୍କ ସମେତ ଏକ ସ୍ବାସ୍ଥ୍ୟ ଟିମ ଅନୀଲଙ୍କ ନିକଟକୁ ଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ତାଙ୍କୁ ଚିକିତ୍ସା ଯୋଗାଇ ଦେବାର ପ୍ରତିଶ୍ରୃତି ପରେ ଅନୀଲଙ୍କ ମନରେ ଆଶା ସଂଚାର ହୋଇଥିଲା ।

ପୁଣି ଇଚ୍ଛାମୃତ୍ୟ ପାଇଁ ଅନୀଲଙ୍କ ଆବେଦନ

ଏହାମଧ୍ୟ ପଢନ୍ତୁ: Appeal For Euthanasia: ଇଚ୍ଛାମୃତ୍ୟୁ ଆବେଦନ ପରେ ପହଞ୍ଚିଲା ପ୍ରଶାସନ, ଚିକିତ୍ସା ପାଇଁ ଯିବେ ଭାଇଜାକ

ଗତ ୬ ତାରିଖ ଦିନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅନୀଲଙ୍କୁ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଅନୀଲ ଭର୍ତ୍ତି ହେବାର ୨ ଦିନ ବିତିଯାଇଥିଲେ ମଧ୍ୟ ଅନୀଲଙ୍କୁ କୌଣସି ସ୍ବାସ୍ଥ୍ୟସେବା ବର୍ତ୍ତମାନ ଯାଏଁ ଯୋଗାଇ ଦିଆଯାଇନଥିଲା । ବିନା ଚିକିତ୍ସାରେ ତାଙ୍କୁ ସେଠାରୁ ଡିସଚାର୍ଜ କରି ଦିଆଯାଇଥିବା ଅଭିଯୋଗ କରଛନ୍ତି ଅନୀଲ । ତେଣୁ ସେ ପୁଣି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ଲିଖିତ ଭାବରେ ଇଚ୍ଛାମୃତ୍ୟୁ ପାଇଁ ଜଣାଇଛନ୍ତି । ମୋତେ ଇଚ୍ଛାମୃ୍ତ୍ୟୁ ଦିଅ ନଚେତ ଚିକିତ୍ସା ସୁବିଧା ଯୋଗାଇଦିଆ ବୋଲି କହିଛନ୍ତି ଅନୀଲ ।

କଳାହାଣ୍ଡିକୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.