ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ କିରୋସିନ ଢାଳି ଆତ୍ମହତ୍ଯା ଉଦ୍ୟମ

author img

By

Published : Oct 1, 2020, 2:56 PM IST

Updated : Oct 1, 2020, 4:34 PM IST

4 ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଥିବା ଅନଶନକାରୀ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ 8 ମାସ ଧରି ସଂସ୍ଥା ଦରମା ନ ଦେବାରୁ ଅନଶନରେ ବସିଥିଲେ କର୍ମଚାରୀ । ପ୍ରଶାସନ ଦୃଷ୍ଟି ନ ଦେବାରୁ ହତାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସଂପୃକ୍ତ ଅନଶନକାରୀ ସଭାପତି ।

ଜିଲ୍ଲାପାଳଙ୍କ ଅଫିସ ଆଗରେ କିରାସିନି ଢାଳି ଆତ୍ମହତ୍ଯା ଉଦ୍ୟମ
ଜିଲ୍ଲାପାଳଙ୍କ ଅଫିସ ଆଗରେ କିରାସିନି ଢାଳି ଆତ୍ମହତ୍ଯା ଉଦ୍ୟମ

ଝାରସୁଗୁଡା: ରିଲେ ଅନଶନ ସ୍ଥାନରେ ଅଭାବନୀୟ ଘଟଣା । ଝାରସୁଗୁଡା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ 4 ଦିନ ଧରି ଅନଶନରେ ବସିଥିବା ଅନଶନକାରୀଙ୍କ ସଭାପତି ନିଳାମ୍ବର ଦଣ୍ଡସେନା ଗୁରୁବାର ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦେବାରୁ ଏଭଳି ଉଦ୍ୟମ କରିଥିବା କହିଛନ୍ତି ନିଳାମ୍ବର ।

ଜିଲ୍ଲାପାଳଙ୍କ ଅଫିସ ଆଗରେ କିରୋସିନ ଢାଳି ଆତ୍ମହତ୍ଯା ଉଦ୍ୟମ

ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିବା ଅନଶନକାରୀ ଏକଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ଅଟନ୍ତି । ବୁଢୀପଦର, ସାରସମାଲ ଓ ବ୍ରଜରାଜନଗର ସ୍ଥିତ ରମେଜା ବିଦ୍ୟୁତ ଗ୍ରୀଡରେ ଠିକା ଶ୍ରମିକ ରୂପେ 168 ଜଣ ସୁରକ୍ଷାକର୍ମୀ କାମ କରନ୍ତି । ଦୀର୍ଘ 8 ମାସ ହେଲାଣି ସେମାନଙ୍କୁ ଦରମା ଦେଉନି ସଂସ୍ଥା । ଏନେଇ ସେମାନେ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ । ଗତ 28 ତାରିଖ ଠାରୁ ଏହି ଅଭିଯୋଗ ନେଇ ସମସ୍ତ ଠିକା ଶ୍ରମିକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବାରୁ ଗୁରୁବାର ସଂଗଠନର ସଭାପତିତ୍ବ କରୁଥିବା ନିଳାମ୍ବର ହତାଶ ହୋଇ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି ।

ସଂପୃକ୍ତ ସଭାପତିଙ୍କ କହିବାନୁଯାୟୀ, ଯଦି ପ୍ରଶାସନ ଲିଖିତ ଆକାରରେ କର୍ମଚାରୀଙ୍କୁ ଦରମା ମିଳିବ ବୋଲି କୁହନ୍ତି ତାହାହେଲେ ସେମାନେ ଏହି ଅନଶନ ବନ୍ଦ କରିବେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 1, 2020, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.