ETV Bharat / state

କେବିସି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଘଟଣା; ନେପାଳ ବର୍ଡରରୁ ଠକ ଗିରଫ

author img

By

Published : Mar 18, 2021, 6:56 AM IST

Updated : Mar 18, 2021, 7:25 AM IST

ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଜଣେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସାଇବର ଠକ ନିରଜକୁ ନେପାଳ ବର୍ଡରରୁ ଗିରଫ କରିଛି ପୋଲିସ । ରିମାଣ୍ଡରେ ଆଣି କରୁଛି ପଚରାଉଚରା ।

କେବିସି ନାଁରେ କୋଟି କୋଟି ଟଙ୍କାର ଠକେଇ, ବିହାରରୁ ଠକକୁ ବାନ୍ଧିଲା ପୋଲିସ
କେବିସି ନାଁରେ କୋଟି କୋଟି ଟଙ୍କାର ଠକେଇ, ବିହାରରୁ ଠକକୁ ବାନ୍ଧିଲା ପୋଲିସ

ଝାରସୁଗୁଡା: ପୋଲିସ ହାତରେ କେବିସି ଲୁଟେରା । କେବିସି ନାଁରେ ଲୋକଙ୍କୁ କରୁଥିଲେ ଟାର୍ଗେଟ । ଆଉ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଏହି ସାଇବର ଠକଙ୍କୁ ଧରିବାରେ ସଫଳ ହୋଇଛି ଝାରସୁଗୁଡା ପୋଲିସ । ସାଇବର ଠକ ଜଣକ ହେଲେ ନିରଜ କୁମାର । ତାଙ୍କ ଘର ବିହାରରେ ବୋଲି ଜଣାପଡିଛି । ନିକଟରେ ସେ ବେଲପାହାଡ଼ରେ ରହୁଥିବା ନିତା ଛତର ନାମକ ଜଣେ ଯୁବତୀଙ୍କ ଠାରୁ କେବିସି ନାଁରେ ଲକ୍ଷାଧିକ ଟଙ୍କାର ଚୁନା ଲଗାଇଥିଲେ । ନିରଜକୁ ପୋଲିସ ନେପାଳ ବର୍ଡରରୁ ଗିରଫ କରିବା ପରେ ରିମାଣ୍ଡରେ ଆଣିଛି । ଏହାସହ ତା ନିକଟରୁ 40 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠାବ କରିଛି ।

କେବିସି ନାଁରେ କୋଟି କୋଟି ଟଙ୍କାର ଠକେଇ, ବିହାରରୁ ଠକକୁ ବାନ୍ଧିଲା ପୋଲିସ
କେବିସି ନାଁରେ କୋଟି କୋଟି ଟଙ୍କାର ଠକେଇ, ବିହାରରୁ ଠକକୁ ବାନ୍ଧିଲା ପୋଲିସ

ଘଟଣା ଅନୁସାରେ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ‘କୌନ ବନେଗା କରୋଡପତି’ର ସଦସ୍ୟ ହିସାବରେ ପରିଚୟ ଦେଇ ନିତାଙ୍କୁ ଆପଣ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲା ଏବଂ ଏହି କଥାକୁ କାହାକୁ ନକହିବା ପାଇଁ କହିଥିଲେ ।

କେବିସି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଘଟଣା; ନେପାଳ ବର୍ଡରରୁ ଠକ ଗିରଫ

ପରେ ବିଭିନ୍ନ ଆଳରେ ନିତାଙ୍କ ଠାରୁ 1 ଲକ୍ଷ 69 ହଜାର ଟଙ୍କା ବାରମ୍ବାର ଲୁଟିନେଇଥିଲେ ସାଇବର ଠକ । ଅନ୍ୟପଟେ ନିରଜ ନିତାଙ୍କଠାରୁ ଠକେଇ କରିଥିବା ଟଙ୍କା ସବୁ ତୁରନ୍ତ ତାର ସହଯୋଗୀ ମହେଶ କୁମାର ଓ ରମେଶ କୁମାରର ଆକାଉଣ୍ଟକୁ ପଠାଇଥିଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ନମ୍ବର ଲିଙ୍କଥିବାରୁ ପୋଲିସ ଏହାକୁ ଟ୍ରେସ କରି ନିରଜର ଲୋକେସନ ଜାଣିବା ସହ ବ୍ରଜରାଜନଗର ଏସଡିପିଓ ଦୀଲିପ ଦାସଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ କରି ପ୍ରଥମେ ବିହାର ଓ ପରେ ନିରଜ ଥିବା ସ୍ଥାନ ନେପାଳ ବର୍ଡରକୁ ଯାଇ ସେଠାରେ ତାକୁ କାବୁ କରିଥିଲା ।

ତେବେ ଏବେ ମଧ୍ୟ ନିରଜର ଅନ୍ୟ ସହଯୋଗୀ ମାନେ ପୋଲିସ ହାତରେ ଧରାପଡି ନାହାନ୍ତି । ଏହି ଗ୍ୟାଙ୍ଗକୁ ପୋଲିସ ଧରିବା ପାଇଁ ଚେଷ୍ଟା ଚଲାଇଛି । ନିରଜ ଓ ତାର ସହଯୋଗୀମାନେ ୨ ମାସରେ ନିରୀହ ଲୋକଙ୍କଠାରୁ ପ୍ରାୟ 3 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବାବେଳେ ୭ ଦିନରେ ନିରଜ ରମେଶ କୁମାରକୁ ୩୨ ଲକ୍ଷ ଟଙ୍କା ପଠାଇଥିବାବେଳେ ମହେଶ କୁମାରକୁ ୨୬ ଲକ୍ଷ ଟଙ୍କା ପଠାଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 18, 2021, 7:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.