ETV Bharat / state

କେବିସି ନାଁରେ ଲୁଟିନେଲେ ଲକ୍ଷେ ୬୯ ହଜାର

author img

By

Published : Mar 3, 2021, 4:48 PM IST

ଲଟେରୀ ଲୋଭରେ ଲକ୍ଷେ ୬୯ ହଜାର ହରାଇଲେ ଶ୍ରମଜୀବୀ ଯୁବତୀ । କେବିସି ଥୋପ ଦେଇ ଠକିନେଲା ସାଇବର ଠକ । ଠକାମୀର ଶିକାର ଯୁବତୀ ବେଳପାହାଡ଼ ଥାନାର ଦ୍ୱାରସ୍ଥ । ଅଧିକ ପଢନ୍ତୁ...

କେବିସି ନାଁରେ ଲକ୍ଷେ ୬୯ହଜାର ଠକିନେଲା ସାଇବର ଠକ
କେବିସି ନାଁରେ ଲକ୍ଷେ ୬୯ହଜାର ଠକିନେଲା ସାଇବର ଠକ

ଝାରସୁଗୁଡା: ଠକାମି ଶିକାର ପରେ ମଧ୍ୟ ସଚେତନ ହେଉନାହାନ୍ତି ଲୋକେ । ପୁଣି ଥରେ ଝାରସୁଗୁଡାରୁ ଟଙ୍କା ଲୁଟିଲେ ସାଇବର ଲୁଟେରା । ଲୁଟି ନେଲେ ୧ ଲକ୍ଷ ୬୯ ହଜାର ଟଙ୍କା । ଏଥର ଅମିତାଭ ବଚ୍ଚନଙ୍କୁ ଢାଲ କରି ଲୁଟିଲେ ଟଙ୍କା । ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳର ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର ବୋଲି ଜଣାପଡିଛି ।

କେବିସି ନାଁରେ ଲକ୍ଷେ ୬୯ହଜାର ଠକିନେଲା ସାଇବର ଠକ



ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ୍ ଆସିଥିଲା । ବ୍ୟକ୍ତି ଜଣଙ୍କ କହିଥିଲେ ଆପଣ ‘କୌନ ବନେଗା କରୋଡପତି’ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି । ଏହାପରେ ୨୪ ତାରିଖରେ ପୁଣି ସେହି ବ୍ୟକ୍ତି ଜଣଙ୍କ ଫୋନ୍ କରି ଲଟେରୀ ଟଙ୍କା ଆପଣଙ୍କ ଆକାଉଣ୍ଟରେ ପକାଇ ଦିଆଯିବ, ହେଲେ ଏଥିପାଇଁ ବିକାଶ ରାମ ନାମରେ ଥିବା ଏକ ଆକାଉଣ୍ଟ ନମ୍ବରରେ ୧୮ହଜାର ୨ଶହ ଟଙ୍କାର ସରକାରୀ ଟ୍ୟାକ୍ସ ବାବଦରେ ଜମା କରିବା ପାଇଁ କହିଥିଲା । ନିତା ତାଙ୍କ ପରିବାର ଲୋକଙ୍କ ସହ ଯାଇ ବେଲପାହାଡର ଏକ ମନି ଟ୍ରାନ୍ସଫର କାଉଣ୍ଟରରୁ ସେହି ଆକାଉଣ୍ଟରେ ୧୮ ହଜାର ୨ଶହ ଟଙ୍କା ପଠାଇଥିଲେ ।



ଏହାପରେ ସାଇବର ଠକ ପୁଣି ନିତାକୁ ଫୋନ୍ କରି ୩୫ ହଜାର, ୩୧ ହଜାର ଓ ୫ ହଜାର ଟଙ୍କା ଜମା କରିବା ପାଇଁ କହି ନିତାଙ୍କ ପାଖକୁ ହ୍ୱାଟସଆପରେ ୩୫ ଲକ୍ଷ ଟଙ୍କାର ଏକ ଚେକ୍ ପଠାଇଥିଲା । ତାହା ମଧ୍ୟ ନିତା ଜମା କରିଥିଲେ । ୨୫ ତାରିଖ ଚେକକୁ ତାଙ୍କ ପାଖକୁ ପଠାଇ ଦିଆଯିବ କିନ୍ତୁ ଏହା ପୂର୍ବରୁ ଆହୁରି ୪୦ ହଜାର ଟଙ୍କା ପୈଠ କରନ୍ତୁ ବୋଲି କହିଥିଲା । ନିତା ୪୦ ହଜାର ଡିପୋଜିଟ କରିବା ପରେ ସାଇବର ଠକ ପୁଣି ୪୦ ହଜାର ଟଙ୍କା ମାଗିଥିଲା । ୩୫ ଲକ୍ଷ ଟଙ୍କାର ଲଟେରୀ ଲୋଭରେ ନିତା ପୁଣି ୪୦ ହଜାର ଟଙ୍କା ଠକ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ।



ଏହା ସତ୍ତ୍ବେ ତାଙ୍କ ପାଖକୁ କୌଣସି ଲଟେରୀ ଟଙ୍କା ଆସିଲା ନାହିଁ । ୨୬ ତାରିଖ ଦିନ ସାଇବର ଠକ ପୁଣି ନିତାଙ୍କୁ ଫୋନ୍ କରି ସେ ୬୫ ହଜାର ଟଙ୍କା ପଠାଇଲେ କେବିସିରେ କାମ କରୁଥିବା ତାଙ୍କର ଜଣେ ସଦସ୍ୟ ଦୁବାଇ ଯାଇ ଟଙ୍କା ଆଣିବ ବୋଲି କହିଥିଲେ । ଏହାପରେ ନିତା ଠକେଇର ଶିକାର ହେଉଥିବା ଜାଣି ପାରି ପୋଲିସର ଦ୍ୱାରସ୍ଥ ହୋଇଥିଲେ । ବେଲପାହଡ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି । ଅନ୍ୟପଟେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କୁ ସଚେତନ ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅପରାଧ ରୋକିବା ପାଇଁ ପ୍ରଶିକ୍ଷିତ କରିବା ପାଇଁ ଝାରସୁଗୁଡା ଓକିଲ ସଂଘର ପୂର୍ବତନ ସଭାପତି ରାମ ମୋହନ ରାଓ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.