ETV Bharat / state

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଲ୍ ବୃଦ୍ଧିକୁ ବିରୋଧ

author img

By

Published : Nov 3, 2020, 8:59 PM IST

ବିଦ୍ୟୁତ ବିଲ୍ ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଲ୍ ବୃଦ୍ଧିକୁ ବିରୋଧ
ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଲ୍ ବୃଦ୍ଧିକୁ ବିରୋଧ

ଝାରସୁଗୁଡ଼ା: ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆଜି(ମଙ୍ଗଳବାର) ଏହି ଗଣଧାରଣା ଦିଆଯାଇଛି ।

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଲ୍ ବୃଦ୍ଧିକୁ ବିରୋଧ

କୋଭିଡି-୧୯ ମହାମାରୀ କାରଣରୁ ଦେଶରେ ଆର୍ଥିକ ମାନଦଣ୍ଡ ଦୁର୍ବଳ ହେଇପଡି ଥିବାବେଳେ ରାଜ୍ୟରେ ବିଦ୍ୟୁତ୍ ବିଲ ବୃଦ୍ଧି କରିବାକୁ ଦୃଢ ବିରୋଧ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ସାମ୍ପ୍ରତିକ ପରିସ୍ଥିତିରେ କୋରୋନା ମହାମାରୀ ନେଇ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । ଏଭଳି ସମୟରେ ଲୋକେ ଜୀବନ ଜୀବିକା ସହ ସଂଘର୍ଷ କରୁଥିବାବେଳେ ବିଦ୍ୟୁତ ବିଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବୃଦ୍ଧି ଘଟିବ । ଜନସାଧାରଣଙ୍କ ପାଇଁ ଏକପ୍ରକାର ସମସ୍ୟା ସୃଷ୍ଟି କରିଛି । ତେଣୁ ଆଗକୁ ଦରଦାମ ନିୟନ୍ତ୍ରଣ ନହେଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


ସଙ୍ଗଠନ ପକ୍ଷରୁ ମଙ୍ଗଳବାର ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଗଣଧାରଣା ଓ ପ୍ରତିବାଦ ସଭା ତିନିଦିନ ଧରି ଦିନ ୧୧ଟାରୁ ଏକଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.