ETV Bharat / state

ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଆମରଣ ଅନଶନ

author img

By

Published : Nov 4, 2019, 9:07 PM IST

10 ଡେସମିଲ ଜାଗା ପ୍ରଦାନ ଦାବିରେ ଅନଶନରେ ହୀରକୁଦ ନଦୀବନ୍ଧ ଯୋଜନାରେ ହୋଇଥିବା ବିସ୍ଥାପିତ । ଅଧିକ ପଢନ୍ତୁ...

ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଆମରଣ ଅନଶନ

ଝାରସୁଗୁଡା: ଆମରଣ ଅନଶନରେ ବିସ୍ଥାପିତ । ହୀରକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ 10 ଡେସମିଲ ଜମି ପ୍ରଦାନ ଦାବିରେ ସୋମବାର ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଅନଶନ ।

ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଆମରଣ ଅନଶନ

ପୂର୍ବରୁ କରାଯାଇଥିବା ଅନଶନରେ ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରି 10 ଡେସମିଲ ଜାଗା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଜିଲ୍ଲାପାଳ । ହେଲେ ତାଙ୍କ ପ୍ରତିଶୃତିକୁ ଅନେକ ଦିନ ବିତି ଯାଇଥିଲେ ହେଁ ପ୍ରଶାସନପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସୋମବାର ଏହି ବିସ୍ଥାପିତ ପୁନଶ୍ଚ ଅନଶନ ଆରମ୍ଭ କରିଛନ୍ତି ।

ତେବେ 26 ହଜାରରୁ ଅଧିକ ହୀରାକୁଦ ନଦୀବନ୍ଧ ଦ୍ବାରା ବିସ୍ଥାପିତ ପରିବାରର ଏପର୍ଯ୍ୟନ୍ତ ବକେୟା ପ୍ରାପ୍ତ ଓ ଥଇଥାନ ପାଇପାରିନାହିଁ । ଏହି ପ୍ରସଙ୍ଗଟି ସରକାରୀ, ମାନବଧିକାର କମିଶନ ଓ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଦୀର୍ଘ 62 ବର୍ଷ ହେଲାଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ।

17 ବର୍ଷ ପୂର୍ବେ ରାଜ୍ୟ ସରକାର ଏହି ଏମାନଙ୍କୁ 10 ଡେସମିଲ ଜମି ଯୋଗାଇ ଦେବା ପାଇଁ ରାଜସ୍ବ ବିଭାଗକୁ ନିଦ୍ଦେର୍ଶନାମା ଜାରି କରିଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ଏମାନଙ୍କୁ ଏପର୍ଯ୍ୟନ୍ତ ଜମି ମିଳିପାରି ନାହିଁ । ତେଣୁ ଲୋକଙ୍କୁ ଜମି ନମିଳିଲା ଯାଏଁ ଏହି ଆମରଣ ଅନଶନ ଚାଲୁରହିବ ବୋଲି ଚେତାବନୀ ଦିଆଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:
ହୀରକୁଦ ନଦୀବନ୍ଧ ଯୋଜନାରେ ହୋଇଥିବା ବିସ୍ଥାପିତଙ୍କୁ ୧୦ ଡିସମିଲ ଜମି ପ୍ରଦାନ ଦାବିରେ ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିସ୍ଥାପିତମାନେ ଆମରଣ ଅନଶନରେ ବସିଛନ୍ତି । ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରି ୧୦ ଡିସମିଲ ଜାଗା ପ୍ରଦାନ କରିବା ଦିଗରେ ଆଗରୁ କରାଯାଇଥିବା ଅନଶନରେ ପଦକ୍ଷେପ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ହେଲେ ତାଙ୍କ ପ୍ରତିଶୃତିକୁ ଅନେକ ଦିନ ବିତି ଯାଇଥିଲେ ହେଁ ପ୍ରଶାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ୧୦ ଡିସମିଲ ଜମି ପ୍ରଦାନ ନ କରାଯିବା ଯାଏଁ ଅନଶନ ଆରମ୍ଭ କରାଯାଇଛି ।
ହୀରାକୁଦ ନଦୀବନ୍ଧ ଦ୍ୱାରା ବିସ୍ଥାପିତ ୨୬ହଜାର ରୁ ଅଧିକ ପରିବାରର ବାକେୟା ପ୍ରପ୍ତ ଓ ଥଇଥାନ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି । ଏହି ପ୍ରସଙ୍ଗଟି ସରକାରୀ, ମାନବଧିକାର କମିଶନ ଓ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଦୀର୍ଘ ୬୨ ବର୍ଷ ହେଲାଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ୧୭ ବର୍ଷ ପୂର୍ବେ ରାଜ୍ୟ ସରକାର ଏହି ବିସ୍ଥାପିତମାନଙ୍କୁ ୧୦ଡିସମିଲ ଜମି ଯୋଗାଇ ଦେବା ପାଇଁ ରାଜସ୍ୱ ବିଭାଗକୁ ନିଦ୍ଦେର୍ଶନାମା ଜାରି କରିଥିଲେ ମଧ୍ୟ ବିଭାଗୀୟ ଅବହେଲା ଯୋଗୁଁ ଲୋକଙ୍କୁ ଏପର୍ଯ୍ୟନ୍ତ ଜମି ମିଳିପାରି ନାହିଁ । ତେଣୁ ଲୋକଙ୍କୁ ଜମି ନ ମିଳିଲା ଯାଏଁ ଏହି ଆମରଣ ଅନଶନ ଚାଲୁରହିବ ବୋଲି କହିଛନ୍ତି ।

Byte:- ଲୁରା ସାହୁ , ଅନଶନ କରୁଥିବା ବୃଦ୍ଧ ମହିଳା
Byte:- ଟଙ୍କାରାମ ପ୍ରଧାନ , ଅନଶନ କରୁଥିବା ବୃଦ୍ଧ

Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.