ETV Bharat / state

ଝାରସୁଗୁଡ଼ାରେ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ

author img

By ETV Bharat Odisha Team

Published : Sep 29, 2023, 9:47 AM IST

Updated : Sep 29, 2023, 2:13 PM IST

ଝାରସୁଗୁଡ଼ାରେ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ ୨୦୨୩ । ୨ ତାରିଖରୁ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବ ସଚେତନତା ରଥ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ
ଝାରସୁଗୁଡ଼ାରେ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ

ସାଇବର ସୁରକ୍ଷା ଅଭିଯାନ

ଝାରସୁଗୁଡା: ଝାରସୁଗୁଡ଼ାରେ ସାଇବର ସୁରକ୍ଷା ଅଭିଯାନ ୨୦୨୩ ଆରମ୍ଭ ହେବ । ଅକ୍ଟୋବର ମାସକୁ ସାଇବର ସୁରକ୍ଷା ସପ୍ତାହ ଭାବେ ପାଳନ କରାଯିବ । ସମାଜରେ ସାଇବର ଅପରାଧକୁ ରୋକିବା ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି ସାଇବର ଅପରାଧ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବ । ଏନେଇ ଗୁରୁବାର ଝାରସୁଗୁଡ଼ା ଏସ୍‌ପି ସ୍ମିତ୍‌ ପରମାର ଓ ଜିଲ୍ଲାପାଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ପୋଲିସ ଆରକ୍ଷୀ ଅଧିକ୍ଷକ ସଭାଗୃହରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ସମ୍ମିଳନୀରେ ସାଇବର ସୁରକ୍ଷା ଅଭିଯାନ ବିଷୟରେ କୁହାଯାଇଛି ଯେ, ଅଡିଓ ମୋଡ, ଭିଜୁଆଲ ମୋଡ, ପ୍ରିଣ୍ଟ ଓ ସୋସିଆଲ ମିଡିଆ ସାହାର୍ଯ୍ୟରେ ମଧ୍ଯ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଯିବ । ସଚେତନ ରଥକୁ ସ୍ଵାଗତ କରିବା ପାଇଁ ଅକ୍ଟୋବର ୨ ତାରିଖରେ ମନମୋହନ ବିଦ୍ୟାଳୟ ଠାରେ ଏକ ସ୍ବାଗତ ସମାରୋହର ଆୟୋଜନ ହେବ । ଏହି ରଥ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନ, ବ୍ଲକ, ଗ୍ରାମପଞ୍ଚାୟତ, ପ୍ରଶିକ୍ଷଣ ସଂସ୍ଥାକୁ ଯାଇ ବର୍ତ୍ତମାନ ସମାଜରେ ଘଟୁଥିବା ସାଇବର ଅପରାଧ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବେ ।

ଏହାମଧ୍ୟ ପଢନ୍ତୁ: ୨୪ ପାଇଁ କଂଗ୍ରେସର ପ୍ରସ୍ତୁତି; ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ

ବିଭିନ୍ନ ସ୍ଥାନରେ ସଚେତନତା ଅଭିଯାନ ପ୍ରତି ଜନସାଧରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ୨ ତାରିଖରେ ମନମୋହନ ବିଦ୍ୟାଳୟଠାରେ ସ୍ବାଗତ ସମାରୋହ, ଅକ୍ଟୋବର ୮ ତାରିଖରେ ଦୌଡ଼ ପ୍ରତିଯୋଗିତା ଓ ସାଇକଲ ରାଲି, ୧୪ରେ ବ୍ରଜରାଜନଗର ଠାରେ ମୋଟର ସାଇକେଲ ରାଲି ଏବଂ ଓ ୧୫ ଅକ୍ଟୋବରରେ ଝାରସୁଗୁଡ଼ା ଠାରେ ଉଦଯାପନୀ ସମାରୋହ ଅନୁଷ୍ଠତ ହେବ । ଏହି ଅଭିଯାନ ଆରମ୍ଭ ହୋଇ ଶେଷ ହେବା ଭିତରେ ପ୍ରାୟ ୪୫ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତା ପୂର୍ବକ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଉକ୍ତ କାର୍ଯ୍ୟକ୍ରମକୁ ଆଇସିଆଇସିଆଇ ବ୍ୟାଙ୍କ ସହଯୋଗ କରିବ । ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଏସଡିପିଓ ନିର୍ମଳ ମହାପାତ୍ର, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ ଙ୍ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Sep 29, 2023, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.