ETV Bharat / state

ଚିଦାମ୍ବରମଙ୍କ ବେଦାନ୍ତ ଲିଙ୍କ ! ଝାରସୁଗୁଡାରେ ସିବିଆଇ ରେଡ

author img

By

Published : May 17, 2022, 5:11 PM IST

ଚୀନ ନାଗରିକଙ୍କୁ ଭିସା ଯୋଗାଇ ଦେବା ମାମଲାରେ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି ପୁଣି ଥରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଅଫିସରେ ସିବିଆଇ ରେଡ କରୁଛି । ଅଧିକ ପଢନ୍ତୁ

ଝାରସୁଗୁଡାରେ ସିବିଆଇ ରେଡ
ଝାରସୁଗୁଡାରେ ସିବିଆଇ ରେଡ

ଝାରସୁଗୁଡା: ଚୀନ ନାଗରିକଙ୍କୁ ଭିସା ଯୋଗାଇ ଦେବା ମାମଲାରେ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି ପୁଣି ଥରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଅଫିସରେ ସିବିଆଇ ରେଡ କରୁଛି ।

ସିବିଆଇ ଏକକକାଳୀନ ଦେଶର 9 ଟି ସ୍ଥାନରେ ଚଢାଉ କରିଛି । ସିବିଆଇର ଏହି ରେଡ ଓଡିଶାର ଝାରସୁଗୁଡା ଜିଲ୍ଲାରେ ମଧ୍ୟ ହେଉଛି । ଝାରସୁଗୁଡା ବେଦାନ୍ତ ଆଲୁମିନା ଅନ୍ତର୍ଗତ ରହିଥିବା ଏକ କମ୍ପାନୀରେ ମଧ୍ୟ କାର୍ତ୍ତିଙ୍କ ଲିଙ୍କ ଥିବା ଅନୁମାନ କରି ରେଡ ଚାଲିଛି ।

  • This morning, a CBI team searched my residence at Chennai and my official residence at Delhi. The team showed me a FIR in which I am not named as an accused.

    The search team found nothing and seized nothing.

    I may point out that the timing of the search is interesting.

    — P. Chidambaram (@PChidambaram_IN) May 17, 2022 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ ଯେ, ଚୀନ ବିଦେଶୀ କମ୍ପାନୀକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ଏହି ରେଡ କରୁଛି ସିବିଆଇ । ଘଟଣା ଅନୁସାରେ ୨୦୧୦ ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ଚୀନ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସିବିଆଇ ମାମଲାର ତଦନ୍ତ କରୁଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.