ETV Bharat / state

ସରକାରୀ ଯୋଜନା ବାଟମାରଣା ଅଭିଯୋଗ, BJP ର ବିକ୍ଷୋଭ ଚେତାବନୀ

author img

By

Published : Jul 7, 2021, 8:05 AM IST

ରାଜ୍ୟରେ ଆବାସ ଯୋଜନା ସମେତ ଏକାଧିକ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମହାଘୋଟାଲା ଅଭିଯୋଗ ଆଣିଲା ବିଜେପି । ସରକାର ନ ଚେତିଲେ ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ...

ସରକାରୀ ଯୋଜନା ବାଟବଣା ଅଭିଯୋଗ, BJP ର ବିକ୍ଷୋଭ ଚେତାବନୀ
ସରକାରୀ ଯୋଜନା ବାଟବଣା ଅଭିଯୋଗ, BJP ର ବିକ୍ଷୋଭ ଚେତାବନୀ

ଝାରସୁଗୁଡା: ରାଜ୍ୟରେ ଆବାସ ଯୋଜନା ସମେତ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମହାଘୋଟାଲା ଅଭିଯୋଗ ଆଣିଲା ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏନେଇ ଅଭିଯୋଗ କରିଛନ୍ତି । ଝାରସୁଗୁଡା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଆଣି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଟଙ୍କଧର। ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ଯୋଜନାକୁ ହଡପ କରୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାର 5ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି।

ସରକାରୀ ଯୋଜନା ବାଟବଣା ଅଭିଯୋଗ, BJP ର ବିକ୍ଷୋଭ ଚେତାବନୀ

ଟଙ୍କଧର କହିଛନ୍ତି, ଗତ ଜୁଲାଇ 1 ତାରିଖରେ ଏକ ମାମଲା ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ଯଦି ନିଜ ନାମକୁ ଚଞ୍ଚକତା କରି BPL ତାଲିକାରେ ସାମିଲ କରନ୍ତି, ତାହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ। ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ବ୍ୟକ୍ତି ବିପିଏଲ୍ ତାଲିକାରେ ଭର୍ତ୍ତି ହେବା ଦ୍ବାରା ପ୍ରକୃତ ହିତାଧିକାରୀ ଖାଉଟି ସାମଗ୍ରୀ ତଥା ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବାର ଯଥେଷ୍ଟ ଆଶଙ୍କା ରହୁଛି।

ତେଣୁ BPL ଗାଇଡ୍ ଲାଇନ ଅନୁସାରେ ଯେଉଁ ରୋଜଗାରକ୍ଷମ ବା ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ବିପିଏଲ୍‌ ତାଲିକାରେ ନିଜ ନାମ ପଞ୍ଜୀକରଣ କରିଥିଲେ,ତାଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ବ୍ୟକ୍ତିମାନେ ରାଜନୈତିକ ଲୋକଙ୍କ ସହାୟତାରେ ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ଥିବାବେଳେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ବଞ୍ଚିତ ହେଉଛନ୍ତି। ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି ଟଙ୍କଧର ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.