ETV Bharat / state

ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ, ତଦନ୍ତ ଦାବି

author img

By

Published : Nov 2, 2020, 7:53 PM IST

ପ୍ରଶାସନ ପକ୍ଷରୁ ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଂଘନ ଅଭିଯୋଗ । ଉଚିତ ତଦନ୍ତ ଦାବିରେ ଝାରସୁଗୁଡା ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି ମୁଣ୍ଡେରବାହାଲ ଗ୍ରାମବାସୀ । ଅଧିକ ପଢନ୍ତୁ...

ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ, ତଦନ୍ତ ଦାବି
ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ, ତଦନ୍ତ ଦାବି

ଝାରସୁଗୁଡ଼ା: ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ଲଇକେରା ତହସିଲ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମ ପଞ୍ଚାୟତର ମୁଣ୍ଡେରବାହାଲ ଗ୍ରାମରୁ ।

ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ, ତଦନ୍ତ ଦାବି

ମୁଣ୍ଡେରବାହାଲ ଗ୍ରାମରେ ବସବାସ କରୁଛନ୍ତି ୧୫ ଆଦିବାସୀ ଓ ପାରମ୍ପରିକ ବନବାସୀ । ସେମାନଙ୍କ ଦଖଲରେ ଥିବା ଜମିରେ ଦୀର୍ଘ ୪୦/୫୦ ବର୍ଷ ହେବ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲେ । ବର୍ତ୍ତମାନ କିନ୍ତୁ ସେହି ଜମି ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ ଭାବରେ ସରକାରଙ୍କ ବନ ବିଭାଗ ବୃକ୍ଷରୋପଣ କରୁଛି । ନିଜ ବାପା ଅଜା ଅମଳରୁ ଚାଷ କରି ଆସୁଥିବା ଜମି ଉପରେ ବର୍ତ୍ତମାନ ବନ ବିଭାଗ ବୃକ୍ଷରୋପଣ କରି 15 ପରିବାରକୁ ଉକ୍ତ ସ୍ଥାନରୁ ବିତାଡିତ କରିଦେଇଛି । ତେଣୁ ଏହାର ଉଚିତ ତଦନ୍ତ କରିବା ଦାବିରେ ସୋମବାର ଝାରସୁଗୁଡା ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.