ETV Bharat / state

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଯୁବପିଢି

author img

By

Published : Apr 28, 2023, 3:28 PM IST

ଝାରସୁଗୁଡ଼ାର ଘରୋଇ ହୋଟେଲରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ । ଅଘରିଆ ସମାଜ ଓ ବୁଣାକାର ସମାଜଙ୍କୁ ନେଇ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

bjd mishrana parba organized in jharsuguda
bjd mishrana parba organized in jharsuguda

bjd mishrana parba organized in jharsuguda

ଝାରସୁଗୁଡା: ଆଉ ମାତ୍ର ଦିନ କେଇଟା ପରେ ଝାରସୁଗୁଡା ଉପନିର୍ବାଚନ । ଭୋଟ ହାତେଇବାକୁ ମଇଦାନରେ କସରତ ଚଳାଇଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ । ପ୍ରଚାରରେ କମ୍ପୁଛି ଝାରସୁଗୁଡା । ଗଳି କନ୍ଦିରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଏହାରି ମଧ୍ୟରେ ନିଜ ଭୋଟ୍‌ ବ୍ୟାଙ୍କକୁ ବଢାଇବା ପାଇଁ ବିଜେପି ତରଫରୁ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ଆଜି ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଘରିଆ ସମାଜ ଓ ବୁଣାକାର ସମାଜଙ୍କୁ ନେଇ ବିଜେଡି ତଫରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କରିଥିବା ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲା । ଏହା ସହିତ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଦିପାଳୀ ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ।

ବିଜେଡି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ମନ୍ତ୍ରୀ ରିତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଲାହାଣ୍ଡି ସାଂସଦ ପୁଷ୍ପେନ୍ଦ୍ର ସିଂ ଦେଓ, ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ସାରଦା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଯାହା ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବା ସହ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପହଞ୍ଚାଇବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଖି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦିପାଳୀ ଦାସଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବହୁ ଯୁବକଯୁବତୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କଥା କହିଛନ୍ତି ।

ଗୁରୁବାର ଦୀପାଳି ଝାରସୁଗୁଡା ବ୍ଲକ ଦଳକି ପଞ୍ଚାୟତର କାତିକେଳା, ଭୂରକାମୁଣ୍ଡା, ବୃନ୍ଦାମାଲ କୁଦୋପଡା, ପୂର୍ଣ୍ଣା, ବଞ୍ଜାରି, କୁମୁଡାପାଳ, ଦଳକିରେ ଘର ଘର ବୁଲି ପ୍ରଚାର କରିଥିଲେ । ପ୍ରଚାର ସମୟରେ ଦୀପାଳଙ୍କ ପ୍ରତି ବିପୁଳ ଜନସମର୍ଥନ ମିଳୁଥିବାର ଦେଖିବାକୁ ମିଳିଥିଲା । ଗାଁ ଗାଁରେ ଲୋକେ ତାଙ୍କୁ ସ୍ନେହ ଓ ଆଦରରେ ସ୍ବାଗତ କରୁଥିଲ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡାରେ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିଲା ତାରିଖ । ଆସନ୍ତା ମେ' 10 ତାରିଖରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ଦିବଙ୍ଗତ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.