ETV Bharat / state

ଚପଲ ଖସିପଡିଲା କହି ମା’ ସାମନାରେ ନଦୀକୁ ଡେଇଁଲା ଝିଅ

author img

By

Published : Nov 15, 2021, 10:39 PM IST

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଜଣେ ମହିଳା ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ

କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଅଘଟଣ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଅଘଟଣ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ଚଣ୍ଡିଖୋଲ ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଜଣେ ମହିଳା ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଛନ୍ତି l ମହିଳା ଜଣକ ଜେନାପୁର ଥାନା ଅନ୍ତର୍ଗତ ହୋଇଥିବା ଜଣାପଡିଛି । ସେ ଗତବର୍ଷ କୋରାଇ ବ୍ଲକ ତଲଗଡ ପଞ୍ଚାୟତ ଝୁଲଣ ଗ୍ରାମରେ ସାଗର ମଳିକଙ୍କୁ ବିବାହ କରିଥିଲେ। କୌଣସି ଘଟଣାରୁ ଶାଶୁଘରେ ତାଙ୍କୁ ନିର୍ଯାତନା ଦେଇଥିବା ପୀଡିତାଙ୍କ ମା’ କହିଛନ୍ତି । ଏନେଇ ଆଗରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଅଘଟଣ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଏଣୁ ମହିଳା ଜଣକ ବାପଘରେ ରହୁଥିଲେ । ତାଙ୍କୁ ବୁଝାସୁଝା କରି ଶାଶୁ ଘରକୁ ଏକ ଅଟୋ ଯୋଗେ ତାଙ୍କ ମା’ ନେଇଯାଉଥିବା ବେଳେ କବାଟବନ୍ଧ ବ୍ରାହ୍ମଣୀ ସେତୁ ଅଧାରେ ଅଟୋ ଚାଳକଙ୍କୁ ମହିଳା ଅଟୋ ରଖିବା ପାଇଁ କହିଥିଲେ । ‘‘ଭାଇ ଗାଡ଼ି ରଖ ମୋ ଚପଲ ଖସି ପଡ଼ିଲା’’ କହିଥିଲେ ସେ । ଅଟୋ ରଖିବା ମାତ୍ରେ ମହିଳା ଜଣଙ୍କ ହଠାତ ବ୍ରାହ୍ମଣୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଗାଡ଼ିରେ ଥିବା ତାଙ୍କ ମା ଓ ଅଟୋ ଚାଳକ କିଛି ବୁଝି ପାରିନଥିଲେ ।

ତେବେ ତାଙ୍କ ମା ପାଟିକରି ଡାକିବାରୁ ନଦୀରେ ଥିବା କିଛି ମତ୍ସ୍ୟଜୀବୀ ମହିଳାଙ୍କୁ ପାଣି ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କବାଟ ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଯାଜପୁର ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି । ଯୁବତୀ ଜଣଙ୍କ ଆତ୍ମହତ୍ୟା କାହିଁକି ନିଷ୍ପତ୍ତି ନେଲେ ତାହା ଜଣାପଡି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.