ETV Bharat / state

MGNREGA କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ

author img

By

Published : Aug 16, 2021, 10:13 PM IST

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ମନରେଗା ଦୁର୍ନୀତି ଅଭିଯୋଗ । ତଦନ୍ତ ଦାବିରେ ଅନଶନ ଆରମ୍ଭ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

MGNREGA କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ
MGNREGA କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ

ଯାଜପୁର: MGNREGA କାମରେ ବ୍ୟାପକ ଦୁର୍ନୀତି । କୋରୋନା କାଳରେ ଶ୍ରମିକଙ୍କୁ କାମ ଦେବା ପରିବର୍ତ୍ତେ କାମ କରିଛି ମେସିନ, ହଡପ ହୋଇଛି ଲକ୍ଷଲକ୍ଷ ଟଙ୍କା। ଏପରି ଅଭିଯୋଗ କରି ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ସିଂହପୁର ପଞ୍ଚାୟତରେ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସରପଞ୍ଚ ନିରଞ୍ଜନ ବେହୁରିଆଙ୍କ ନେତୃତ୍ୱରେ ଏହି ଅନଶନ ଜାରି ରଖିଛନ୍ତି ଗ୍ରାମବାସୀ।

MGNREGA କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ

ଅଭିଯୋଗ ଅନୁସାରେ ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ନେଇ ବ୍ୟବସ୍ଥା ରହିଥିବାବେଳେ ଚଞ୍ଚକତା କରି ମେସିନରେ କାମ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ବର୍ତ୍ତମାନର ସରପଞ୍ଚ ଓ ବ୍ଲକ ପ୍ରଶାସନର କିଛି ଅସାଧୁ ଅଧିକାରୀ । ଏପରିକି ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ନାଁରେ ଜବ କାର୍ଡ କରି ଟଙ୍କା ହଡପ ହୋଇ ଥିବାବେଳେ ଅନେକ ପ୍ରକଳ୍ପ ଆଦୌ କାମ ନ ହୋଇ ମଧ୍ୟ ମିଛ ବିଲ କରାଯାଇ ଟଙ୍କା ହଡପ କରାଯାଇଛି ।

ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରି ସ୍ଥାନୀୟ ସରପଞ୍ଚ ଓ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରି ଅନଶନରେ ବସିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଯାଏଁ, ଅନଶନ ଜାରି ରହିବା ନେଇ ସୂଚନା ଦେଇଛନ୍ତି ଅନଶନକାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.