ETV Bharat / state

ବିଧାୟକଙ୍କ ସହ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ସାମ୍ବାଦିକ

author img

By

Published : Sep 12, 2019, 1:08 PM IST

ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମିଲିଟାରୀ ଛକ ଠାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏବଂ ଯାଜପୁର ରୋଡ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଅଧିନସ୍ଥ ମିଲିଟାରୀ ଛକ ଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏବଂ ଯାଜପୁର ରୋଡ ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ରାସ୍ତାରେ ବାଇକ ଚଳାଉ ଥିବା ସମ୍‌ରେ ହେଲମେଟ ପିନ୍ଧିବା, କାର, ଟ୍ରକ କିମ୍ବା ବସ୍ ଚଳାଇବ ସମ୍ୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ପାଇଁ ଗାଡି ଚାଳକଙ୍କୁ ସଚେତନ କରାଯାଇଥିଲା । ଏଥିସହିତ ହେଲମେଟ ଏବଂ ସିଟ୍ ବେଲ୍ଟ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଉପହାର ଦିଆଯାଇଥିଲା । ସେହିପରି ହେଲମେଟ, ସିଟ୍ ବେଲ୍ଟ୍ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ, ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସମେତ କଳିଙ୍ଗନଗର ଅଞ୍ଚଳରେ କାମ କରୁଥିବା ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ବର୍ଷା ସତ୍ତ୍ବେ ସକାଳ 8ଟା ଠାରୁ ଦିନ 12ଟା ପର୍ଯ୍ୟନ୍ତ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା ।

ଏହି ସମୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ତଥା ବିଜେଡି ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, ରାଜ୍ୟ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସାମ୍ବାଦିକ ଟ୍ରାଫିକ୍‌ ନିୟମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ତେବେ ବର୍ଷାରେ ଭିଜି ଟ୍ରାଫିକ୍ ସଚେତନତାର ବାର୍ତ୍ତା ବାଣ୍ଟୁଥିବାରୁ ସାମ୍ବାଦିକଙ୍କୁ ପ୍ରଶଂସା କରିଥିଲେ ମନ୍ତ୍ରୀ ଏବଂ ବିଧାୟକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro: କଳିଙ୍ଗ ନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମିଲିଟାରୀ ଛକ ଠାରେ କଳିଙ୍ଗନଗର ରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏବଂ ଯାଜପୁର ରୋଡ ପୁଲିସ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ରାସ୍ତାରେ ମୋଟର ସାଇକେଲ ଚାଳନା ସମୟରେ ହେଲମେଟ ପିନ୍ଧିବା, କାର, ଟ୍ରକ, ବସ୍ ଚାଳନା ସମୟରେ ସିଟ୍ ବେଲ୍ଟ୍ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା. ହେଲମେଟ ଏବଂ ସିଟ୍ ବେଲ୍ଟ୍ ବ୍ୟବହାର କରିଥିବା ବ୍ୟକ୍ତି ଙ୍କୁ ଗୋଲାପ ଫୁଲ, ଚକୋଲେଟ୍ ଉପହାର ଦିଆଯାଇଥିବା ବେଳେ ହେଲମେଟ, ସିଟ୍ ବେଲ୍ଟ୍ ବ୍ୟବହାର ନ କରି ଗାଡି ଚଳାଉ ଥିବା ବ୍ୟକ୍ତି ଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ, ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଆଉ କଳିଙ୍ଗନଗର ଅଞ୍ଚଳରେ କାମ କରୁଥିବା ସମସ୍ତ ସାମ୍ବାଦିକ ପ୍ରମୂଖ ଉପସ୍ଥିତ ରହି ବର୍ଷା ଭିଜା ସକାଳ ଆଠଟା ଠାରୁ ଦିନ ବାରଟା ପର୍ଯ୍ୟନ୍ତ ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ। ତେବେ ଏହି ସମୟରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ବେଳେ ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ତଥା ବିଜେଡି ଉପ ମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, ରାଜ୍ୟ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସମେତ ସେପଟେ ଯାଉଥିବା ସମସ୍ତଙ୍କୁ ସାମ୍ବାଦିକ ମାନେ ଟ୍ରଫିକ ନିୟମ ସମ୍ପର୍କରେ ସଚେତନତା କରିଥିଲେ। ତେବେ ବର୍ଷା ରେ ଭିଜି ଭିଜି ସଚେତନତାର ବାର୍ତ୍ତା ବାଣ୍ଟୁଥିବା ସାମ୍ବାଦିକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ସେପଟେ ଯାଉଥିବା ମନ୍ତ୍ରୀ, ବିଧାୟକ ଆଉ ନେତା।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.