ETV Bharat / state

କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

author img

By

Published : Sep 25, 2020, 8:59 PM IST

କେନ୍ଦ୍ରର କୃଷି ବିଲକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବନିର୍ମାଣ କୃଷକ ସଙ୍ଗଠନର ଧାରଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ
କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

ଯାଜପୁର: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଶୁକ୍ରାବର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦେଶ ବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଏହାକୁ ବିରୋଧ କରି ନବନିର୍ମାଣ କୃଷକ ସଙ୍ଗଠନ ଓ ଅନ୍ୟାନ ରାଜନୈତିକ ଦଳ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି ।

କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

କୃଷି ବିଲ କୃଷକ ମାନଙ୍କ ହିତରେ ଲାଗିବାର ଆଶଙ୍କା କମ ଥିବାରୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହାସହ କୋରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ୟୁନିଟ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରିଛି ସିପିଆଇଏମ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.