ETV Bharat / state

କଳିଙ୍ଗନଗର ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Apr 23, 2022, 9:44 PM IST

ବହୁଚର୍ଚ୍ଚିତ କଳିଙ୍ଗନଗର ଥାନା ମସାଖିଆ ଗାଁରେ ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଅଧିକ ପଢନ୍ତୁ

କଳିଙ୍ଗନଗର ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ
କଳିଙ୍ଗନଗର ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ

ଯାଜପୁର: ବହୁଚର୍ଚ୍ଚିତ କଳିଙ୍ଗନଗର ଥାନା ମସାଖିଆ ଗାଁରେ ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ସୂଚନା ମୁତାବକ ଗତ ୨୦୦୯ ମସିହା ସେପ୍ଟେମ୍ବର ମାସରେ ଟାଟା କମ୍ପାନୀକୁ ସମର୍ଥନ କରୁଥିବା ଶ୍ରୀଧର ସଏଙ୍କୁ କଳିଙ୍ଗନଗର ଥାନା ମସାଖିଆ ଗାଁ ନିକଟ କ୍ଳବ ନିକଟରେ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ସୁନାଝର ପାହାଡ଼ ନିକଟରେ ପକାଇଦେଇଥିଲେ । ଏ ସଂକ୍ରାନ୍ତରେ ଗତ ୩/୯/୨୦୦୯ରେ ମୃତ ଶ୍ରୀଧର ସଏଙ୍କ ସ୍ତ୍ରୀ ରଜନୀ ସଏ କଳିଙ୍ଗନଗର ଥାନାରେ ଏତଲା ଦାଏର କରିଥିଲେ ।

କଳିଙ୍ଗନଗର ଶ୍ରୀଧର ସଏ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ

କଳିଙ୍ଗନଗର ଥାନା ଉକ୍ତ ଘଟଣାର ତଦନ୍ତ କରି ଥାନା କେସ ନମ୍ବର ୧୦୧/୨୦୦୯ ଦଫା ୩୦୨,ଆଇପିସି ଅନୁଯାୟୀ ଅଭିଯୁକ୍ତ ରତ୍ନାକର ପିଙ୍ଗୁଆଙ୍କୁ ଗିରଫ କରି କୋଟକୁ ପଠାଇଥିଲେ । ଏହି ବହୁଚର୍ଚ୍ଚିତ ଶ୍ରୀଧର ସଏ ହତ୍ଯାକାଣ୍ଡର ରାୟ ଆଜି(ଶନିବାର) ପ୍ରକାଶ ପାଇଛି । ମାନ୍ୟବର ଯାଜପୁର ରୋଡ଼ ଅତିରିକ୍ତ ଜିଲ୍ଲା ଜଜ୍ ମାନସ କୁମାର ପଣ୍ଡା 14 ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ରତ୍ନାକର ପୀଙ୍ଗୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ରତ୍ନାକର ପୀଙ୍ଗୁଆଙ୍କ ତରଫରୁ ଯାଜପୁର ରୋଡ଼ କୋଟର ଆଇନଜୀବୀ ଅଚ୍ୟୁତାନନ୍ଦ ଦାଶ ଏବଂ ତାଙ୍କ ସହ ଆଇନଜୀବୀ ଦୀପକ ସେନଗୁପ୍ତା ଏହି ମକଦ୍ଦମାଟିକୁ ଲଢୁଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.