ETV Bharat / state

କୋରୋନା କଟକଣାରେ ଶେଷ ହେଲା ଦେବ ଦମ୍ପତିଙ୍କ ବିବାହ

author img

By

Published : Jun 17, 2021, 9:53 AM IST

ଯାଜପୁରର ପ୍ରସିଦ୍ଧ ଶୈବ ପୀଠ ତ୍ରିଲୋଚନେଶ୍ୱର ମନ୍ଦିରରେ ଶିବ ବିବାହ ଉତ୍ସବ କରୋନା କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା
କୋରୋନା କଟକଣା ମଧ୍ୟରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା

ଯାଜପୁର: ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ତ୍ରିଲୋଚନେଶ୍ୱର ମନ୍ଦିରରେ ଶେଷହେଲା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ମନ୍ଦିରରେ ଶିବ ବିବାହ ଉତ୍ସବ କୋରୋନା କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଥିଲା । ପାରମ୍ପରିକ ରୀତିରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହେଇଥିଲା ।

କୋରୋନା କଟକଣା ମଧ୍ୟରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା

ଦେବିଦ୍ୱାର ଗ୍ରାମର ଅଭୟ କୁମାର ମହାନ୍ତି କନ୍ୟାପିତା ହୋଇଥିବା ବେଳେ ଦୋଗଡ଼ା ଗ୍ରାମର ଦାମୋଦର ରାଉତରାୟ ବରପିତା ଭାବେ ଏହି ବିବାହ କାର୍ଯ୍ୟ ସଞ୍ଚାଳନ କରିଥିଲେ । କୋରୋନା କଟକଣା ପାଇଁ କୌଣସି ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ବାରଣ ରହିଥିବା ବେଳେ ପାରମ୍ପାରିକ ନୀତି ଅନୁସାରେ କେବଳ ଏହି ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.