ETV Bharat / state

Road Accident: ନିଶା ଖାଇ ଦଳି ଦେଲା ଟ୍ରକ ଡ୍ରାଇଭର ! ୨ମୃତ ୩ ଗୁରୁତର

author img

By

Published : May 22, 2023, 8:42 PM IST

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଟ୍ରକ ଧକ୍କାରେ ଚାଲିଗଲା ୨ଜଣ ଯୁବକଙ୍କ ଜୀବନ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଶଙ୍ଖାରିଡିହ ନିକଟରେ । ଅଧିକ ପଢ଼ନ୍ତୁ

ଯାଜପୁର: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ମାମଲା ବଢିବାରେ ଲାଗିଛି । ପରିବହନ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ନିୟମ ପ୍ରଣୟନ କଲେ ମଧ୍ୟ ନିୟମ ବେଖାତିର କରି ଗାଡି ଚଲାଉଛନ୍ତି ଅମାନିଆ । ତେବେ ଯାଜପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ୨ଜଣ ଯୁବକଙ୍କ ଜୀବନ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ ।

ସୂଚନା ମୁତାବକ, ଧର୍ମଶାଳା ଥାନା ଚହଟା ଗ୍ରାମର ରମେଶ ମଲିକ ଓ ସଞ୍ଜୟ ମହାନ୍ତି ଏକ ସ୍କୁଟି ଯୋଗେ ଚଣ୍ଡିଖୋଲରୁ ଜାରକା ଛକ ଅଭିମୁଖେ ଆସୁଥିବା ସମୟରେ ଶଙ୍ଖାରିଡିହ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ କେବଳ ଏହି ଟ୍ରକ ଟୋଟିଏ ନୁହେଁ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି । ପ୍ରଥମ ଦୁର୍ଘଟଣା ଘଟାଇବା ପରେ ଏହି ଟ୍ରକଟି ଜାରକା ବାଇପାସ ନିକଟରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା । ଏଥିରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଧର୍ମଶାଳା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ କୁଆଖିଆ ନିକଟରୁ କାବୁ କରିଥିବା ସୂଚନା ମିଳିଛି ।

ତେବେ ଟ୍ରକ ଡ୍ରାଇଭର ମଦ୍ୟପାନ କରିବା ସହ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଏଭଳି ଘଟଣାକୁ ନେଇ ଏବେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟ ତେବେ ବାରମ୍ବାର ଚଣ୍ଡିଖୋଲ ଛକ ଠାରୁ ଜାରକା ଛକ ମଧ୍ୟରେ ଅନେକ ଦୁର୍ଘଟଣା ଘଟୁଛି । କେତେବେଳେ ଟ୍ରକ ସହିତ ଟ୍ରକ ତ କେତେବେଳେ ବାଇକ ସଜିତ ବାଇକ । ଯାହାଫଳରେ ଅନେକ ଧନଜୀବନ ହାନି ଘଟୁଛି । ଡ୍ରାଇଭରମାନଙ୍କ ବେପରୁଆ ଗାଡି ଚାଳନା, ଟ୍ରାଫିକ ନିୟମ ନମାନିବା, ଓଭର ସ୍ପିଡିଂ ଓ ନିଶା ସେବନ କରି ଗାଡି ଚଲାଇବା କାରଣରୁ ଦୁର୍ଘଟଣା ମାମଲା ବଢୁଥିବା ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.